ଚାକିରି ପଛରେ ନଦୌଡି ବାଣିଜ୍ୟ ବ୍ୟବସାୟ ପ୍ରତି ମନବଳାଅ

Don't run after a job and focus on business

0 72

ପାରାଦୀପ, ୨୭ା୧୧ : ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ଗସ୍ତରେ ଆସି ପାରାଦୀପ ବନ୍ଦରର ୱେଟ ବେସିନ ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗଦାନ କରିଥିଲେ । ରାଷ୍ଟ୍ରପତି ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମ୍‌ ଠାରେ ନବନିର୍ମିତ ହେଲିପ୍ୟାଡରେ ଅବତରଣ କରିବା ପରେ ପାରମ୍ପରିକ ଲୋକନୃତ୍ୟ ସହିତ ତାଙ୍କୁ ପାଛୋଟି ଅଣାଯାଇଥିଲା । ଏହାପରେ ସେ ପୂର୍ବରୁ ସୁସଜ୍ଜିତ ସାଧବ ସାଧବାଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଶାର ଅସ୍ମିତାର ପ୍ରତୀକ ବୋଇତକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଔପ•ରିକତାର ଦୃଷ୍ଟାନ୍ତ ସ୍ୱରୂପ ତଟରକ୍ଷୀ ଜାହାଜ ‘ଅମୋଘ’ରେ ବସି ବନ୍ଦର ମଧ୍ୟକୁ ରାଷ୍ଟ୍ରପତି ଯାତ୍ରା କରିଥିଲେ । ପରେ ଏହି ଅବସରରେ ଆୟୋଜିତ ସଭାରେ ଉତ୍ସୁକ ଜନତାଙ୍କୁ ଅଭିବାଦନ ଜଣାଇ ଯୁବପିଢ଼ିମାନଙ୍କୁ ଯୋଗ୍ୟତା ଅନୁସାରେ •କିରି କରିବା ସହ, ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଆଗଭର ହେବାକୁ ଉପଦେଶ ଦେଇଥିଲେ । ସେ କହିଥିଲେ, କଥାରେ ଅଛି, ବାଣିଜ୍ୟେ ବସତେ ଲକ୍ଷ୍ମୀଃ । ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନୋନିବେଶ କରନ୍ତୁ । ଏହାଦ୍ୱାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ । ସମୁଦ୍ର ସବୁବେଳେ ସୃଜନଶୀଳ ତେଣୁ ଭାରତୀୟ ଉପଦ୍ୱୀପର ବାଣିଜ୍ୟ ବ୍ୟବସାୟ ଅର୍ଥନୈତିକ ଓ ଆନ୍ତର୍ଜାତିକ ସମ୍ପର୍କର ସ୍ରଷ୍ଟା ସମୁଦ୍ର ବୋଲି ସେ ଅଭିହିତ କରିଥିଲେ । ପାରାଦ୍ୱୀପ ବନ୍ଦର ଆଜି ବିଶ୍ୱରେ ଶ୍ରେଷ୍ଠ ବନ୍ଦରମାନଙ୍କ ମଧ୍ୟରେ ଅନ୍ୟତମ । ସାମଗ୍ରୀ ପରିବହନ ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ତରଫରୁ ପାରାଦ୍ୱୀପ ବନ୍ଦରକୁ ସାଗର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିପାଇଁ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବନ୍ଦରର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସଙ୍ଗେସଙ୍ଗେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଦରକାର ବୋଲି କହିଥିଲେ । ଏ ଦିଗରେ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ଉନ୍ନୟନ ତଥା ବନ୍ଦର ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବ । ଗ୍ଲୋବାଲ ମାରିଟାଇମ ଇଣ୍ଡିଆ ସମିଟ ୨୦୨୩ରେ ପାରାଦ୍ୱୀପ ବନ୍ଦରକୁ ପୋର୍ଟ ଓ ଅପରେସନାଲ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି । ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି ଭବ୍ୟ ବୋଇତବନ୍ଦାଣ ଉତ୍ସବରେ ଯୋଗ ଦେଇ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ଏହାପରେ ରାଷ୍ଟ୍ରପତି ୨୬୦ କୋଟି ବ୍ୟୟ ଅଟକଳରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଶୁଭ ଉଦଘାଟନ କରିଥିଲେ ।

Leave A Reply

Your email address will not be published.