ଏଣିକି ସବୁ ବ୍ଲକ୍‌ରେ କଏନ୍‌ ଏକ୍ସଚେଞ୍ଜ

Also Coin Exchange on all blocks

0 88

ଭୁବନେଶ୍ୱର,୨୯ା୧୧ : ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ୩ ମାସ ମଧ୍ୟରେ ସବୁ ବ୍ଲକ ବଜାର ସ୍ଥାନରେ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ହେବ । ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍‌ ବି ବଦଳାଇ ପାରିବେ । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି । ସେ ଆହୁରି କହିଛନ୍ତି, ଏବେ ବଜାରରେ ପ୍ରଚଳନ ଥିବା ୫୦ ପଇସାଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ •ଲୁଛି । ଏନେଇ ଅଧିକ ସଚେତନତା ଦରକାର । କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ । ବ୍ୟାଙ୍କ କଏନ ନେବାକୁ ମନା କରିପାରିବେ ନାହିଁ । ଯଦି ବ୍ୟାଙ୍କ କାଏନ ନେବାକୁ ମନା କରୁଛି, ଲୋକେ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ । ସଂପୃକ୍ତ ବ୍ୟାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.