ବିଷ୍ଣୁଦେବ ସାଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

Bishnudev Sai Chief Minister of Chhattisgarh

0 77

ନୂଆଦିଲ୍ଲୀ,୧୦ା୧୨ : ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ଚାଷୀ ପରିବାରର ପୁଅ । ଆଦିବାସୀ ନେତା ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେଓ ସାଏଙ୍କ ନାଁରେ ବାଜିଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ମୋହର । ଆଜି ରାୟପୁରରେ ବିଜେପି ବିଧାୟକ ଦଳ ବୈଠକରେ ଶ୍ରୀ ସାଏଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଅରୁଣ ସାଓ ଓ ବିଜୟ ଶର୍ମା ହେବେ ଡେପୁଟି ସିଏମ୍‌ ରମଣ ସିଂଙ୍କୁ ବାଚସ୍ପତି ପଦ ଦ୍ଭ ଦ୍ଭ ବୈଠକରେ ଉପସ୍ଥିତ ଥିଲେ ୩ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ନେତା ନିର୍ବାଚିତ ହେବା ପରେ ବିଷ୍ଣୁଦେଓ କହିଛନ୍ତି ସବ୍‌କା ବିକାଶ ଓ ଛତିଶଗଡ଼ ଜନତାଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ବିନମ୍ରତାର ସହ କାମ କରିବେ । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛା ଯାଇଥିବାରୁ ସେ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ବିଷ୍ଣୁଦେବ । ଅନ୍ୟପକ୍ଷରେ ଛତିଶଗଡ଼ରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ । ଅରୁଣ ସାଓ ଓ ବିଜୟ ଶର୍ମା । ଦୁହିଁଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । କୁନକୁରୀ ବିଧାନସଭା ଆସନରୁ ବିଷ୍ଣୁଦେବ ବିଧାୟକ ଅଛନ୍ତି । ପୂର୍ବରୁ ମୋଦୀ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ । ୨୦୨୦ରୁ ୨୦୨୨ ଯାଏଁ ରାଜ୍ୟ ବିଜେପିର ମଧ୍ୟ ସଭାପତି ଥିଲେ । ୧୯୯୦ରୁ ୧୯୯୮ ଥିଲେ ମଧ୍ୟପ୍ରଦେଶ ବିଧାୟକ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବିଷ୍ଣୁଦେବ । ୨୦୦୪ରେ ଚତୁର୍ଦ୍ଦଶ ଲୋକସଭାରୁ ଏବଂ ୨୦୦୯ ଓ ୨୦୧୪ରେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ କୁନକୁରୀ ବିଧାନସଭାରୁ ପ୍ରତିନିଧିତ୍ୱ କରୁଛନ୍ତି ।୧୯୬୪ ଫେବ୍ରୁଆରୀ ୨୧ରେ ଯାସପୁର ଜିଲ୍ଲାର ଏକ ଆଦିବାସୀ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ବିଜୟ ଶର୍ମାଙ୍କ ପରି ୫୫ ବର୍ଷିୟ ଅରୁଣ ସାଓ ମଧ୍ୟ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ଛତିଶଗଡର ଭାଜପା ସରକାରରେ ତିନିଥର ମୁଖ୍ୟମନ୍ତ୍ରୀ ଥିବା ରମଣ ସିଂଙ୍କୁ ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚିତ କରାଯାଇଛି । ଏଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୌଡରେ ଥିଲେ । କିନ୍ତୁ ଦଳ ତାଙ୍କ ଅଭିଜ୍ଞତାକୁ ବିଧାନସଭା ବାଚସ୍ପତି ଭାବରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ରମଣ ସିଂ ତାଙ୍କର ପୁରୁଣା ଆସନ ରାଜନନ୍ଦଗାଓଁରୁ ନିର୍ବାଚନରେ ଜିତିଛନ୍ତି ।

Leave A Reply

Your email address will not be published.