ଦୀପମୟ ବଡ଼ଦାଣ୍ଡ : ଶ୍ରାଦ୍ଧ ବେଶରେ ମହାପ୍ରଭୁ

DIPMAYA BADADANDA: Mahaprabhu in Shradha Vesha

0 96

ପୁରୀ ,୧୨ା୧୨(ଡିକେ ନ୍ୟୁଜ): ଗତକାଲି ଠାରୁ ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେଉଛି ଏହାର ଦ୍ୱିତୀୟ ଦିବସ । ଆଜି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ଦେଇଛନ୍ତି । ତେଣୁ ଶ୍ରାଦ୍ଧ ବେଶରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ବେଳେ ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେଇଥିଲେ । ଏହି ଅବସରରେ ତିନି ଠାକୁର ଶ୍ୱେତ ବସ୍ତ୍ର ପରିଧାନ କରିଥିଲେ । ଠାକୁରଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଥିଲା । ପୂଜାପଣ୍ଡା ସେବାୟତମାନେ ଏହି ପିଣ୍ଡଦାନ କରିଥିଲେ । ତେବେ ଗତକାଲି ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଅଦିତି ଓ କାଶ୍ୟପଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଦୀପଦାନ କରିଥିଲେ । ସେହିପରି ଆସନ୍ତାକାଲି ତୃତୀୟ ଦିନ ପ୍ରତିପଦା ତିଥିରେ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡି• ରାଣୀଙ୍କୁ ଦୀପଦାନ ସହ ଶ୍ରାଦ୍ଧ ତର୍ପଣ କରିବେ ମହାପ୍ରଭୁ । ଅନ୍ୟପଟେ ଆଜି ଦେବଦୀପାବଳିର ଦ୍ୱିତୀୟ ଦିବସରେ ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟର ପକ୍ଷରୁ ସନ୍ଧ୍ୟାରେ ବଡ଼ଦାଣ୍ଡରେ ଏକଲକ୍ଷ ଦୀପ ଜଳାଯାଇଥିଲା । ବିଶ୍ୱର କଲ୍ୟାଣ ସହ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି ପାଇଁ ଏହି ଦୀପଦାନ କରାଯାଇଥିଲା ।

Leave A Reply

Your email address will not be published.