ନାଥନ୍‌ ଲାୟନ୍‌ ୫୦୦ ୱିକେଟ୍‌ କ୍ଲବରେ ସାମିଲ

Nathan Lyon Join the 500 Wicket Club

0 98

ପର୍ଥ, ୧୮ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ର ଉଭୟ ପାଳିରୁ ୫ ୱିକେଟ୍‌ ଦଖଲ କରିବା ସହିତ ଅଷ୍ଟ୍ରେଲୀୟ କିଂବଦନ୍ତି ନାଥନ୍‌ ଲାୟନ୍‌ ୫୦୦ ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ମୋଟ ଟେଷ୍ଟ୍‌ ୱିକେଟ୍‌ ଏବେ ୫୦୧ରେ ପହଞ୍ଚିଛି। ଏହି ବିରଳ କ୍ଲବରେ ସାମିଲ ହେବାରେ ଲାୟନ୍‌ ବିଶ୍ୱର ଅଷ୍ଟମ ବୋଲର, ଚତୁର୍ଥ ସ୍ପିନର୍‌ ଏବଂ ମୁଥୟା ମୁରଲୀଧରନଙ୍କ ପରେ ଦ୍ୱିତୀୟ ଅଫସ୍ପିନର୍‌ ହୋଇଛନ୍ତି। ଗତ ଆସେସ୍‌ ସମୟରେ ଆହତ କାରଣରୁ ଦଳଠାରୁ ଦୂରେଇ ରହିବା ପରେ ପ୍ରତ୍ୟାବର୍ତ୍ତନର ପ୍ରଥମ ଟେଷ୍ଟ୍ରର ନିଜ ଖେଳ ଜୀବନର ସବୁଠାରୁ ବଡ଼ ସ୍ୱପ୍ନର ମାଇଲଖୁଣ୍ଟ ଛୁଇଁଛନ୍ତି। ପାକିସ୍ତାନର ଫହିମ ଅସ୍ରଫ ତାଙ୍କ ୫୦୦ତମ ଶିକାର ହୋଇଛନ୍ତି। ଏହା ପରେ ୩୫ ବର୍ଷୀୟ ଲାୟନ୍‌ କହିଛନ୍ତି “ମୁଁ ସେହି କିଂବଦନ୍ତିଙ୍କ ତଳକୁ ମୋ ନାମକୁ ଦେଖିବା ମାତ୍ରେ ମୁଁ ଉଲ୍ଲସିତ ହୋଇଯାଉଛି’। ଏହି ସଫଳତା ପରେ ଲାୟନଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ଲବରେ ସାମିଲ ହେବାର ସୁଯୋଗ ରଖିଥିବା ଅନ୍ୟତମ ଭାରତୀୟ ଆର୍‌ ଅଶ୍ୱିନ୍‌ ରବିବାର ଲୟନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଚ୍ଚ ପ୍ରଶଂସା କରିଛନ୍ତି। ଦ୍ୱିତୀୟ ପାଳିରେ ଲଢିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା ଫଳରେ ପାକିସ୍ତାନ ପର୍ଥ ଟେଷ୍ଟରୁ ୩୬୦ ରନର ବିପୁଳ ବ୍ୟବଧାନରେ ହାରିଯାଇଛି। ଏଥିସହିତ ୫ ମ୍ୟାଚ୍‌ ଟେଷ୍ଟ୍‌ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଛି। ବିଶ୍ୱ ଟେଷ୍ଟ୍‌ •ମ୍ପିୟନସିପର ଏହି ବିଜେତା ଦଳ ୧୨ ପଏଣ୍ଟ ଏଅର୍ଜନ କରିଛି। ଅଷ୍ଟ୍ରେଲିଆ ରବିବାର ୮୪/୨ରୁ ଖେଳି ୨୩୩/୫ରେ ଦ୍ୱିତୀୟ ପାଳିକୁ ଘୋଷଣା କରି ଦେଇଥିଲା। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୪୫୦ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସାନ ମାସୁଦଙ୍କ ଦଳ କିନ୍ତୁ ଦ୍ୱିତୀୟ ପାଳିରେ ମାତ୍ର ୮୯ ରନ୍‌ କରି ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ମିଚେଲ୍‌ ମାର୍ସ (୯୦ ରନ୍‌, ୧/୩୪, ୬୩) ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Leave A Reply

Your email address will not be published.