ଦେଶରେ ବଢୁଛି ମହିଳା ବିରୋଧୀ ଅପରାଧ

Crime against women is increasing in the country

0 95

ନୂଆଦିଲ୍ଲୀ,୨୪ା୧୨ : ଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ନିଖୋଜ ମାମଲା ମଧ୍ୟ ଚିନ୍ତା ବୃଦ୍ଧି କରିଦେଇଛି। ଗତ ୬ ବର୍ଷରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୨୫ ଲକ୍ଷରୁ ଅଧିକ ବାଳିକା ଏବଂ ମହିଳା ନିଖୋଜ ହୋଇଯାଇଛନ୍ତି। ଅର୍ଥାତ୍‌ ଦିନକରେ ୧୧୬୭ ଜଣ ନିଖୋଜ ହେଉଛନ୍ତି। ଏହି ନିଖୋଜଙ୍କୁ ଖୋଜିବାରେ ପୋଲିସ କିଛି ମାତ୍ରାରେ ସଫଳ ହୋଇଛି। ଏହି ଅବଧିରେ କେବଳ ୧୩, ୭୨, ୬୩୫ ବାଳିକା ଏବଂ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିଲା। ଅର୍ଥାତ୍‌ ଦିନକୁ ୬୨୬ ଜଣଙ୍କ ପାଖରେ ପୋଲିସ ପହଞ୍ଚି ପାରିଥିଲା। ଏବେ ବି ଆହୁରି ୧୧ ଲକ୍ଷରୁ ଅଧିକ ମହିଳା ଏବଂ ବାଳିକା ନିଖୋଜ ଅଛନ୍ତି। ଏ ପର୍ଯ୍ୟନ୍ତ ଏମାନଙ୍କର କୌଣସି ସନ୍ଧାନ ମିଳିନାହିଁ। କିଛି ଦିନ ତଳେ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ଏହି ସୂଚନା ଦେଇଥିଲେ। ୨୦୧୭ରୁ ୨୦୨୨ ମଧ୍ୟରେ ମହିଳା ଅପହରଣର ୪, ୩୪, ୭୦୨ ମାମଲା ରୁଜୁ ହୋଇଥିବା କହିଥିଲେ। ସୂଚନା ଅନୁଯାୟୀ ୨୦୧୭ରେ ମହିଳା ଅପହରଣ ୬୬, ୩୩୩, ୨୦୧୮ରେ ୭୨, ୭୦୯, ୨୦୧୯ରେ ୭୨, ୬୮୧, ୨୦୨୦ରେ ୬୨, ୩୦୦, ୨୦୨୧ରେ ୭୫, ୩୬୯ ଏବଂ ୨୦୨୨ରେ ମହିଳା ଅପହରଣର ୮୫, ୩୧୦ ମାମଲା ରୁଜୁ ହୋଇଥିଲା। ୨୦୧୭ରେ ୭୭୫୨୩ ନାବାଳିକା ଏବଂ ୨, ୮୩, ୪୨୮ ଯୁବତୀ ଏବଂ ମହିଳା ନିଖୋଜ ହୋଇଥିବାବେଳେ ଯଥାକ୍ରମେ ୪୬,୭୯୮ ଏବଂ ୧, ୪୧, ୪୭୫ ଜଣଙ୍କୁ ସନ୍ଧାନ କରାଯାଇଥିଲା। ୨୦୧୮ରେ ନିଖୋଜ ୭୭୯୫୨ ନାବାଳିକାଙ୍କ ମଧ୍ୟରୁ ୪୮,୭୮୭ ଜଣଙ୍କ ପାଖରେ ପହଞ୍ଚିବାରେ ପୋଲିସ ସଫଳ ହୋଇଥିଲା। ଏହି ବର୍ଷ ୩,୦୬, ୭୩୩ ଜଣ ମହିଳା ଏବଂ ଯୁବତୀ ନିଖୋଜ ହୋଇଥିବାବେଳେ ୧, ୬୧, ୧୧୦ ଜଣଙ୍କ ସନ୍ଧାନ କରାଯାଇଥିଲା। ସେହିପରି ୨୦୧୯ରେ ୮୨,୦୮୪ ନାବାଳିକା ଏବଂ ୩,୪୨, ୧୬୮ ମହିଳା ନିଖୋଜ ହୋଇ ଯାଇଥିବା ବେଳେ ୪୮, ୭୧୬ ଏବଂ ୧, ୭୪, ୨୬୯ ଜଣଙ୍କୁ ଖୋଜା ଯାଇଥିଲା। ୨୦୨୦ରେ ୭୯,୨୨୯ ନାବାଳିକା ଏବଂ ୩, ୪୪, ୪୨୨ ମହିଳା ନିଖୋଜ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଯଥାକ୍ରମେ ୪୮,୭୧୬ ଏବଂ ୧, ୭୫, ୨୨୬ ଜଣଙ୍କୁ ସନ୍ଧାନ କରାଯାଇଥିଲା। ଏହା ବ୍ୟତୀତ ୨୦୨୧ରେ ୯୦, ୧୨୩ ଜଣ ନାବାଳିକା, ୩, ୭୫, ୦୫୮ ଜଣ ମହିଳା ଏବଂ ଯୁବତୀ ନିଖୋଜ ଥିବାବେଳେ ୫୮,୯୯୦ ଏବଂ ୨, ୦୨, ୨୯୮ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଗତ ବର୍ଷ ୯୪, ୦୭୯ ଜଣ ନାବାଳିକା ଏବଂ ୪, ୦୩, ୩୧୪ ଜଣ ମହିଳା ଏବଂ ଯୁବତୀ ନିଖୋଜ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଯଥାକ୍ରମେ ୬୦, ୨୮୧ ଏବଂ ୨, ୦୫, ୯୬୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.