କଂଗ୍ରେସରେ ପରିବର୍ତ୍ତନ

Change in Congress

0 61

ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ପରିବର୍ତ୍ତନ ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି। ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ଘୋଷଣା କରିଛନ୍ତି । ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ପଦରୁ ବିଦା କରାଯାଇଛି । ତାଙ୍କ ସ୍ଥାନରେ ଅଭିନାଶ ପାଣ୍ଡେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ସଚିନ ପାଇଲଟଙ୍କୁ ଛତିଶଗଡର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । କେବଳ ଏହି ଦୁଇଟି ରାଜ୍ୟ ନୁହେଁ ବିହାରର ପିସିସି ପ୍ରଭାରୀଙ୍କୁ ବଦଳ କରି ମୋହନ ପ୍ରକାଶଙ୍କୁ ଦିଆଯାଇଛି । ରାଜସ୍ଥାନର ପ୍ରଭାରୀ ଭାବେ ସୁଖଜିନ୍ଦର ସିଂ ରନ୍ଧୱାଙ୍କୁ ଦାୟୀତ୍ୱ ଦିଆଯାଇଛି । ସେହିଭଳି ଦୀର୍ଘଦିନ ଧରି ଓଡିଶା କଂଗ୍ରେସ ପ୍ରଭାରୀ ଭାବେ ଦାୟୀତ୍ୱ ସମ୍ଭାଳିଥିବା ଚେଲ୍ଲା କୁମାରଙ୍କ ସ୍ଥାନରେ ଅଜୟ କୁମାରଙ୍କୁ ଦାୟୀତ୍ୱ ମିଳିଛି । ଓଡିଶା ସମେତ ବଦଳିଛନ୍ତି ବିଭିନ୍ନ ରାଜ୍ୟର ପ୍ରଭାରୀ । ଓଡିଶାରେ ଚେଲ୍ଲା କୁମାର ଆଉ ପ୍ରଭାରୀ ରହିବେନି । ତାଙ୍କ ସ୍ଥାନରେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର ଓଡିଶା ପ୍ରଭାରୀ ହେବେ । ଅଜୟ କୁମାର ପୂର୍ବରୁ ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବି ଥିଲେ । ଏହା ପୂର୍ବରୁ ସେ ସିକିମ, ତ୍ରିପୁରା ଓ ନାଗାଲାଣ୍ଡର ପ୍ରଭାରୀ ଥିଲେ । ଓଡିଶା ସମେତ ତାମିଲନାଡୁ ଓ ପୁଡୁଚେରୀ ଅତିରିକ୍‌ତ ଦାୟିତ୍ୱରେ ପ୍ରଭାରୀ ରହିବେ ଅଜୟ କୁମାର । ଅଜୟ ଜାମସେଦପୁରରୁ ସାଂସଦ ରହିସାରିଛନ୍ତି। ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଦୀର୍ଘଦିନ ହେଲା ଓଡିଶାରେ ପ୍ରଭାରୀ ବଦଳିବେ ବୋଲି ଚର୍ଚ୍ଚା ହେଉଥିଲା । ବୁଧବାର ଦିନ ରାଜ୍ୟର କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତା ଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଥିଲେ । ଆଉ ସେମାନେ ଫେରିବାର ଗୋଟିଏ ଦିନ ପରେ ଓଡିଶାର ପ୍ରଭାରୀ ପରିବର୍ତ୍ତନ ହୋଇଛନ୍ତି । ଡିସେମ୍ବର ୨୧ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଉପରେ ବିଶ୍ଳେଷଣ କରାଯାଇଥିଲା ।

Leave A Reply

Your email address will not be published.