ବେରୋଜଗାରୀ ଓ ମହଙ୍ଗା ସ୍ଥିତିକୁ ନେଇ ମୋଦିଙ୍କ ପ୍ରତିକ୍ରିୟା

Modi's response to unemployment and expensive situation

0 49

ନୂଆଦିଲ୍ଲୀ: ଦେଶରେ ବଢୁଥିବା ବେରୋଜଗାରୀ ଓ ମହଙ୍ଗା ସ୍ଥିତିକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍‌କାରେ ଦେଇ ମୋଦି କହିଛନ୍ତି ନାନା ବାଧାବିଘ୍ନ ଓ ବିଶ୍ୱସ୍ତରୀୟ ମାନ୍ଦାବସ୍ଥା ସତ୍ତେ୍ୱ ବି ଭାରତ ମୁଦ୍ରାସ୍ଫୀତି ରୋକିବାକୁ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ସାକ୍ଷାତ୍‌କାର କୌଣସି ସାଧାରଣ ସାମ୍ବାଦିକଙ୍କୁ ନ ଦେଇ ସିଧା କମ୍ପାନୀର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ମୁଖ୍ୟ ସମ୍ପାଦକଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ବିରୋଧୀ ଅଭିଯୋଗ କରୁଥିବା ବେକାରୀ ସମସ୍ୟା ଓ ମହଙ୍ଗା ସ୍ଥିତିକୁ ନେଇ ମଧ୍ୟ ମୋଦି ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଭିଯୋଗକୁ ସାଇଟ୍‌ରେ ରଖି ଥରେ ତଥ୍ୟ ଉପରେ ଆଲୋଚନା କରାଯାଉ। ପ୍ରତି ଶହେ ବର୍ଷରେ ଆସୁଥିବା ମହାମାରୀରେ ଭାରତ ଦୁଇ ବର୍ଷ ସଂଘର୍ଷ କରିବା ପରେ ଅନ୍ୟ ଦେଶ ଅପେକ୍ଷା ପ୍ରଶଂସନୀୟ ଉନ୍ନତି କରିଛି। ମୋଦୀ କହିଛନ୍ତି ବହୁ ଅସୁବିଧା, ବିଶ୍ୱସ୍ତରୀୟ ସଙ୍କଟ, ଯୋଗାଣ ଶୃଙ୍ଖଳାରେ ବାଧାପ୍ରାପ୍ତ ହେବା, ଭୂରାଜନୈତିକ ସମସ୍ୟା ଯୋଗୁ ମୌଳିକ ସାମଗ୍ରୀ ଉପରେ କୁ ପ୍ରଭାବ ପଡ଼ିବା, ସତ୍ତେ୍ୱ ବି ୨୦୧୪-୧୫ ରୁ ୨୦୨୩-୨୪ (ନଭେମ୍ବର ପର୍ଯ୍ୟନ୍ତ) ହାରାହାରି ମୁଦ୍ରାସ୍ଫୀତି ମାତ୍ର ୫.୧ ପ୍ରତିଶତ ରହିଛି, ଯାହା ପୂର୍ବ ୧୦ ବର୍ଷ ମଧ୍ୟରେ ୮.୨ ପ୍ରତିଶତ ଥିଲାସେହିପରି ବେକାରୀ ସମସ୍ୟା ନେଇ ବିରୋଧୀଙ୍କ ଅଭିଯୋଗରେ ଉତ୍ତର ଦେଇ ମୋଦି କହିଛନ୍ତି ଯୁବବର୍ଗଙ୍କୁ ନିଯୁକ୍ତି ଦେବା ଆମ ସରକାରଙ୍କର ମୁଖ୍ୟା ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକଥା ସମସ୍ତେ ଜାଣନ୍ତି ଯେ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଇ ଥାଏ। ତେଣୁ କ୍ୟାପିଟାଲ୍‌ ଇନ୍‌ଭେଷ୍ଟମେଣ୍ଟର ନିୟମିତ ବଢ଼ାଉଛୁ। ୨୦୧୩-୧୨ ୧.୯ ଲକ୍ଷ କୋଟିରୁ ୨୦୨୩- ୨୪ ପାଇଁ ବଜେଟ୍‌ରେ କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟକୁ ୧୦ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି। ମୁଁ ଭାବୁଛି ଯେ ଆପଣ ଆପଣଙ୍କର ପାଠକମାନଙ୍କୁ କହିବା ଉଚିତ ଯେ ଏହି ଖର୍ଚ୍ଚ କିପରି ଫଳପ୍ରଦ ହେବ ଏବଂ ସାଧାରଣ ଲୋକଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ଆଜି ଯେଉଁଭଳି ଭାବରେ ଇନ୍‌ଫ୍ରାଷ୍ଟ୍ରକଚ୍‌ର ସୃଷ୍ଟି ହେଉଛି ଗତ ୧୦ ବର୍ଷରେ ତାହା ନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.