ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ

Manas Mangaraj has been appointed as Sambalpur Parliamentary Constituency Observer

0 49

ଭୁବନେଶ୍ୱର,୩୦ା୧୨ : ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ଆଉ ଏକ ନୂଆ ଦାୟିତ୍ୱ। ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର, ରେଙ୍ଗାଳି ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଗୌତମବୁଦ୍ଧ ଦାସଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ଅମରେଶ ଜେନାଙ୍କୁ ବେଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ମିଳିବା ପରେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ମୁଁ ସୁ·ରୁ ଭାବେ କାର୍ଯ୍ୟ କରିଛି। ସେ ବ୍ରହ୍ମପୁର ସଂସଦୀୟ ସହ ସମ୍ବଲପୁର ଲୋକସଭା ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଗୁରୁ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବି। ନିର୍ବାଚନ ପାଇଁ ଅଳ୍ପ ଦିନ ରହିଛି। ଦାୟିତ୍ୱ ସୁ·ରୁ ଭାବେ ନିର୍ବାହ କରିବାକ ଚେଷ୍ଟା କରିବି। ମୁଖ୍ୟମନ୍ତ୍ରୀଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ନାହିଁ। ପ୍ରତିଦିନ ବିଜେଡିର ଶକ୍ତି ବଢିଛି। ଦଳ ଅଧିକ ସଂଗଠିତ ଓ ସୁଦୃଢ ହେଉଛି। ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।

Leave A Reply

Your email address will not be published.