ବୈଦେଶିକ ମୁଦ୍ରାଭଣ୍ଡାର ୫୮ ବିଲିୟନ ଡଲାରକୁ ବୃଦ୍ଧି

Foreign exchange reserves increased to $58 billion

0 41

ନୂଆଦିଲ୍ଲୀ: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚଛି। ଏହା ୪.୪୭୧ ବିଲିୟନ ଡ଼ଲାର ବୃଦ୍ଧି ସହିତ ୬୨୦.୪୪୧ ବିଲିୟନ ଡ଼ଲାରରେ ପହଞ୍ଚଛି। ଡିସେମ୍ବର ମାସର ପ୍ରଥମ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୧୫.୯୭ ବିଲିୟନ ଡ଼ଲାର ଥିଲା। ୨୦୨୩ କ୍ୟାଲେଣ୍ଡର ବର୍ଷରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୫୮ ବିଲିୟନ ଡଲାର ବୃଦ୍ଧି ଘଟିଛି। ଡିସେମ୍ୱର ୨୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରା ସଂରକ୍ଷଣ ତଥ୍ୟ ପ୍ରକାଶ କରିଛି। ଆରବିଆଇ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୯ଶେଷ ହେବାକୁ ଥିବା ସପ୍ତାହରେ ବୈଦେଶିକ ମୁଦ୍ରା ସଂରକ୍ଷଣ ୪.୪୭ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୬୨୦.୪୪ ବିଲିୟନ ଡ଼ଲାରରେ ପହଞ୍ଚଛି। ଲଗାତାର ଷଷ୍ଠ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏଭଳି ବୃଦ୍ଧି ଦେଖିବାକୁ ମିଳିଛି। ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ରେ ମଧ୍ୟ ଏକ ବଡ ବୃଦ୍ଧି ଘଟିଛି। ଏଫସିଏ ୪.୬୯୮ ବିଲିୟନ ଡ଼ଲାର ବୃଦ୍ଧି ସହିତ ୫୪୯.୭୪୭ ବିଲିୟନ ଡ଼ଲାରରେ ଠିଆ ହୋଇଥିଲା। ଯଦି ଆମେ ଗତ ବର୍ଷ ଅର୍ଥାତ ୨୦୨୨ ବର୍ଷ ବିଷୟରେ କଥା ହେବା, ତେବେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ମୋଟ ୭୧ ବିଲିୟନ ଡ଼ଲାରରେ ହ୍ରାସ ପାଇଛି। ଏଥି ସହିତ ଚଳିତ ବର୍ଷ ଆରବିଆଇର ସୁନା ଭଣ୍ଡାରରେ ହ୍ରାସ ଘଟିଛି। ୧୦୨ ମିଲିୟନ ଡ଼ଲାର ହ୍ରାସ ସହିତ ସୁନା ସଂରକ୍ଷଣ ୪୭୪.୭୪ ବିଲିୟନ ଡ଼ଲାରକୁ ଖସି ଆସିଛି।

Leave A Reply

Your email address will not be published.