ଦିନିକିଆରୁ ଡାଭିଡ୍‌ ୱାର୍ଣ୍ଣରଙ୍କ ଅବସର ଘୋଷଣା

David Warner's retirement announcement from Dinikia

0 56

ମେଲବୋର୍ଣ୍ଣ,୧ା୧: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍‌ ଡେଭିଡ ୱାର୍ଣ୍ଣର ନୂଆବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁଥିବା ·ମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ଣ୍ଣର କହିଛନ୍ତି। ପୂର୍ବରୁ ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ଜାନୁଆରୀ ୩ରୁ ସିଡନୀରେ ଅନୁଷ୍ଠିତ ହେବାକୁଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ। ବର୍ତ୍ତମାନ ସେ କହିଛନ୍ତି ଟେଷ୍ଟ ସହିତ ସେ ସେହି ଦିନ ଏକଦିବସୀୟରୁ ଅବସର ନେବେ। ୱାର୍ଣ୍ଣର କହିଛନ୍ତି ଚଳିତ ବର୍ଷ ଭାରତରେ ହେବାକୁଥିବା ବିଶ୍ୱକପ ଜିତିବା ଏକ ବଡ ସଫଳତା ଏବଂ ଏହା ସେ ପୂର୍ବରୁ ଭାବିଥିଲେ। ସୋମବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ନିଶ୍ଚିତ ଭାବେ ଏକଦିବସୀୟ କ୍ରିକେଟରୁ ଅବସର ନେଉଛି। ୱାର୍ଣ୍ଣର ଦୁଇଥର ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଛନ୍ତି। ୨୦୧୫ ମସିହାରେ ସେ ମେଲବୋର୍ଣ୍ଣରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ମାଇକେଲ କ୍ଲାର୍କଙ୍କ ଅଧିନାୟକତ୍ୱରେ ୱାର୍ଣ୍ଣର ଦଳର ସଦସ୍ୟ ଥିଲେ। ୱାର୍ଣ୍ଣର କହିଛନ୍ତି ଯେ ସେ ବିଶ୍ୱର ଅନ୍ୟ ଲିଗରେ ଖେଳିବାକୁ ·ହୁଁଛନ୍ତି। ତାଙ୍କର ଅବସର ଦେଶର ଏକଦିବସୀୟ ଦଳକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଅଷ୍ଟ୍ରେଲୀୟ ଓପନର୍‌ ଏହା ମଧ୍ୟ କହିଛନ୍ତି ଯଦି ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଭଲ ଖେଳ ଜାରି ରଖନ୍ତି ଏବଂ ଦଳ ତାଙ୍କୁ ଆବଶ୍ୟକ କରନ୍ତି, ତେବେ ସେ ·ମ୍ପିଅନ୍ସ ଟ୍ରଫିରେ ଖେଳିବା ପାଇଁ ଉପଲବ୍ଧ ହେବେ। ୱାର୍ଣ୍ଣର ମଧ୍ୟ ଦୁଇଥର ବିଶ୍ୱକପ ବିଜେତା। ତାଙ୍କ ଦଳ ୨୦୧୫ରେ ଘରୋଇ ପଡିଆରେ ଏବଂ ପୁନର୍ବାର ୨୦୨୩ରେ ଭାରତରେ ଟାଇଟଲ ଜିତିଥିଲା। ସେ ୨୦୧୫ ବିଶ୍ୱକପର ୮ ଇନିଂସରେ ହାରାହାରି ୪୯.୨୮ ଏବଂ ଷ୍ଟ୍ରାଇକ ହାର ୧୨୦.୨୦ରେ ୩୪୫ ରନ ସଂଗ୍ରହ କରିଥିଲେ। ସେ ଏକ ଶତକ ହାସଲ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ୨୦୨୩ ବିଶ୍ୱକରେ ସେ ୧୧ଟି ମ୍ୟାଚରେ ହାରାହାରି ୪୮.୬୩ ଏବଂ ଷ୍ଟ୍ରାଇକ ହାର ୧୦୮.୨୯ରେ ୫୩୫ ରନ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ କଙ୍ଗାରୁ ଦଳ ପାଇଁ ସର୍ବାଧିକ ରନ ସ୍କୋରର ହୋଇଥିଲେ। ସେ ବିଶ୍ୱକପରେ ଦୁଇଟି ଶତକ ଏବଂ ୨ ଅର୍ଦ୍ଧଶତକ ହାସଲ କରିଥିଲେ।

Leave A Reply

Your email address will not be published.