ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ

0 39

ଭୁବନେଶ୍ୱର,ରାଜଧାନୀ ଭୁବନେଶ୍ୱର ସହିଦ ନଗର ତାରିଣୀ ବସ୍ତିରେ ଗୁଣି ଗାରେଡି ସନ୍ଦେହରେ ପରିବାରକୁ ଆକ୍ରମଣ। ୩୦ରୁ ୪୦ଜଣ ଲୋକ ସଂଘବଦ୍ଧ ଭାବେ ପୁରା ପରିବାରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ମାଡ଼ମାରି ମୁହଁ ଫଟାଇବା ସହ ପରିବାରର ଝିଅକୁ ଦୁର୍ବ୍ୟବହାର ନେଇ ଶହୀଦନଗର ଥାନାରେ ଏତଲା ହୋଇଛି। ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ଆକ୍ରମଣର ଶିକାର ପରିବାର ଲୋକେ। ତେବେ ଘଟଣାପଛରେ ଆଉ କିଛି କାରଣ ରହିଥିବା ପୋଲିସର ସନ୍ଦେହ କରୁଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ପୋଲିସର ସୂଚନା ଦେଇଛି। ଏତଲା ପରେ ଉଭୟ ପକ୍ଷକୁ ଥାନାରେ ଡକାଇ ପଚରାଉଚରା କରୁଛି ପୋଲିସ।

 

Leave A Reply

Your email address will not be published.