ଗାଁ ଦାଣ୍ଡରୁ ବଡ଼ଦାଣ୍ଡ

0 39

ସବୁଠୁ ଶୁଭୁଛି ଜୟଜଗନ୍ନାଥ ପୁରୀ, ନବୀନ ପଟ୍ଟନାୟକଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଇତି ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ଏବେ ପୁରୀ ସହର ହୋଇଉଠିଛି ଚଳଚଞ୍ଚଳ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସେହି ଭବ୍ୟ ମୁହୂର୍ତ୍ତକୁ ଉକ୍ରଙଋାର ସହ ଅପେକ୍ଷା କରିଛନ୍ତି ଜଗନ୍ନାଥ ପ୍ରେମୀ। ଖାଲି ପୁରୀ ନୁହେଁ ସାରା ରାଜ୍ୟରେ ବୁଲୁଛି ଶ୍ରୀଜଗନ୍ନାଥ ଅର୍ପଣ ରଥ। ସଂଗ୍ରହ ହେଉଛି ଅରୁଆ ଚାଉଳ ଏବଂ ଗୁଆ। ଲୋକାର୍ପଣ ଉତ୍ସବ ପାଇଁ ସବୁ ମୁଖ୍ୟମନ୍ଦିରକୁ ନିମନ୍ତ୍ରଣପତ୍ର ଦିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଆସନ୍ତା ୧୫ରୁ ଆରମ୍ଭ ହେବ ଯଜ୍ଞ। ୧୭ ତାରିଖରେ ପୂର୍ଣାହୁତି ସହିତ ସବୁଠୁ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଶ୍ରୀକ୍ଷେତ୍ରରେ ବଢିବ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼। ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଜଗନ୍ନାଥ ଧାମ୍‌। ପୁରୀ ସହରର ପ୍ରମୁଖ ରାସ୍ତା ସହିତ ସାହି ଭିତରେ ଥିବା ବିଭିନ୍ନ କାନ୍ନରେ ଅଙ୍କା ଯାଉଛି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା। ପାରମ୍ପରିକ ଆଦିବାସୀ ସଂସ୍କୃତି, ଓଡ଼ିଶୀ, ପାରମ୍ପରିକ ବାଦ୍ୟ, ବିଭିନ୍ନ ଆକର୍ଷଣୀୟ ଫୁଲ, ପଶୁକ୍ଷୀଙ୍କ ଆକର୍ଷଣୀୟ ଚିତ୍ର ଦେଖିବାକୁ ମିଳୁଛି ପୁରୀ ସହରର ପ୍ରମୁଖ ରାସ୍ତା ଏବଂ ସାହି ଭିତରେ ଥିବା କାନ୍ଥ ଗୁଡ଼ିକରେ।ମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ବ୍ରିଟିଶ ଅମଳର ପୁରାତନ ପାଣି ଟାଙ୍କିରେ କାଞ୍ଚି ଅଭିଯାନର କାହାଣୀ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶୀତ ହୋଇଛି। ସହରର ପ୍ରବେଶ ପଥ ଐତିହ୍ୟ ଅଠରନଳା, ଭିଆଇପି ରୋଡ଼, ସମୁଦ୍ର କୂଳ ସମେତ ସହରର ବିଭିନ୍ନ ରାସ୍ତା ଏବେ ଏଲ୍‌ଇଡି ଲାଇଟର ଆଲୋକରେ ଝଲସୁଛି। ଏଭଳି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା ଏବଂ ରଙ୍ଗୀନ ଆଲୋକମାଳା ଦେଖି ପୁରୀ ଆସୁଥିବା ଶ୍ରାଦ୍ଧଳୁ, ପର୍ଯ୍ୟଟକ ଓ ସହରବାସୀ ଉତ୍ସାହିତ ହେଉଥିବା ଲକ୍ଷ୍ୟ କରାଯାଇଛି। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶେଷ ପ୍ରସ୍ତୁତି କରାଯାଉଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଯଜ୍ଞ ମଣ୍ଡପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପାଇଁ ଓଡ଼ିଶାର ସମସ୍ତ ବିଧାୟକ, ସାଂସଦବୃନ୍ଦ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କାରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ପୌରାଞ୍ଚଳରେ ଗତକାଲି ଠାରୁ ପରିକ୍ରମା କରିଛି ଅର୍ପଣ ରଥ। ବିଭିନ୍ନ ସାହିକୁ ବୁଲି ଏହି ଅର୍ପଣ ରଥ ଭକ୍ତଙ୍କ ଠାରୁ ଗୁଆ ଓ ଅରୁଆ ·ଉଳ ସଂଗ୍ରହ କରୁଛି। ଭକ୍ତ ତଥା ଜଗନ୍ନାଥ ପ୍ରେମୀମାନେ ମଧ୍ୟ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରୁଥିବା ବେଳେ ଆନନ୍ଦରେ ଗୁଆ ଏବଂ ଅରୁଆ ·ଉଳ ଅର୍ପଣ କରୁଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ପୁରୀ ସହରବାସୀ ସେହି ସମୟରେ ଯେଭଳି ଯାତାୟତରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଓ ଆମ୍ବୁଲାନ୍ସ ଯାତାୟତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

 

Leave A Reply

Your email address will not be published.