ବଢ଼ିବ ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କ ଦରମା

0 53

ଭୁବନେଶ୍ୱର, ଖୁବ୍‌ଶୀଘ୍ର ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସହ ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦରମା ବଢିବ। ଏନେଇ ନବରଙ୍ଗପୁରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି, ଆଶାଦିଦି, କମ୍ୟୁନିଟି ସେଣ୍ଟର, ଏମ୍ବିକେ ଓ ସିଆରପିଙ୍କ ଦରମା ବୃଦ୍ଧି ପାଇଁ କରାଯିବ। ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି। ନବରଙ୍ଗପୁର ଉମରକୋଟରେ ଆୟୋଜିତ ସାଧାରଣ ସଭାରେ ୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ ଏହି ଘୋଷଣା କରିଛନ୍ତି। ଉମରକୋଟ ସାଧାରଣ ସଭାରେ ୫-ଟି ଅଧ୍ୟକ୍ଷ କହିଛନ୍ତି ଭତ୍ତା ପାଉଥିବା ଜେଜେ ବାପା, ଜେଜେ ମାଆମାନେ ଖୁବ୍‌ଶୀଘ୍ର ଖୁସି ଖବର ପାଇବେ। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ଟଙ୍କା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଉଛନ୍ତି। ଏଥି ସହିତ ଏଏନଏମ, ଅଙ୍ଗନବାଡି କର୍ମୀ,
ଆଶା କର୍ମୀ, ଏମ୍ବିକେ ଓ ସିଆରପିଙ୍କ ସମେତ ସମସ୍ତ କମ୍ୟୁନିଟି ସପୋର୍ଟ କର୍ମୀଙ୍କ ଦରମା ବୃଦ୍ଧି ହେବ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ଠିକ୍‌ ଭାବେ କରନ୍ତୁ। ଆପଣଙ୍କ କଥା ମୁଖ୍ୟମନ୍ତ୍ରୀ
ଚିନ୍ତା କରୁଛନ୍ତି। ଖୁବ୍‌ଶୀଘ୍ର ଆପଣମାନଙ୍କୁ ଖୁସି ଖବର ମିଳିବ। ସୂଚନାଯୋଗ୍ୟ ୫- ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ ଆଜି ନବରଙ୍ଗପୁର ଗସ୍ତରେ ଯାଇଥିଲେ। ଉମରକୋଟ
ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ରାଇଘରରେ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉକ୍ତ ନିର୍ବାଚନ ମଣ୍ଡଳୀର ପ୍ରାୟ ୧୦ ହଜାର ଲୋକଙ୍କର ସମାଗମ ହୋଇଥିଲା।
ଏହି ଜନସଭାରେ ଗତ ମାର୍ଚ୍ଚ ମାସରେ ନବରଙ୍ଗପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ପାଳନ ସମ୍ପର୍କରେ ଅବଗତ କରିଛନ୍ତି ୫-ଟି ଅଧ୍ୟକ୍ଷ। ୯ ମାସ ଭିତରେ ନବରଙ୍ଗପୁର ଜିଲ୍ଲା ୪୫୦ କୋଟି ଟଙ୍କା
ମଞ୍ଜୁର ହୋଇଥିବାବେଳେ ଉମରକୋଟ୍‌ ନିର୍ବାଚନମଣ୍ଡଳୀ ପାଇଁ ୨ଶହ କୋଟି ମଞ୍ଜୁର ହୋଇଛି। ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଜାଡ଼ିଗାଁ, ରାଇଘରରେ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ
କରିଛନ୍ତି। କଲେଜ ଗୁଡ଼ିକରେ ଚଳିତବର୍ଷରୁ ନାମଲେଖା ହେବ। ଲୋକମାନେ ଦେଇଥିବା ଦରଖାସ୍ତର ବି·ର କରାଯାଇ ଆସନ୍ତା ୧୦ଦିନରେ ଖୁସି ଖବର ଦିଆଯିବ ବୋଲି ୫-ଟି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.