ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ

0 56

ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ ଖୋର୍ଦ୍ଧା, ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତାଦଳର ସଂଗଠନକୁ ସଶକ୍ତ ଓ ଗତିଶୀଳ କରିବା ପାଇଁ ଦୀର୍ଘ ସୂତ୍ରୀ କାର୍ଯ୍ୟକ୍ରମଆଧାରରେ ପ୍ରତି ପଞ୍ଚାୟତ ଭଳି ନନ୍ଦପୁର ଗ୍ରାମ ପଞ୍ଚାୟତର ପ୍ରତେକ ୱାର୍ଡରୁ ପ୍ରାୟ ୧୭୦ରୁ ଊଦ୍ଧ୍ୱର୍ ବିଜେଡି ଛାମୁଆ କର୍ମୀ, ଯୁବ, ଛାତ୍ରଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ମା’ ବଘେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତସ୍ତରୀୟ ଛାମୁଆ କର୍ମୀ ରବି ନାରାୟଣ ମିଶ୍ର, ମାନସ ରଞ୍ଜନ ମହାପାତ୍ର, ଭାଗିରଥି ପ୍ରଧାନ, ସୂର୍ଯ୍ୟଦେବ କୁମାର ପ୍ରଧାନ ଏବଂ ରାମକୃଷ୍ଣ ରଣାଙ୍କ ପ୍ରତେକ୍ଷତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ବିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଯୋଗଦେଇ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ତଥା ଆମ ଓଡିଶା ଅଧକ୍ଷ ଭି. କେ. ପାଣ୍ଡିଆନଙ୍କ ତ୍ୟାଗ, ନିଷ୍ଠା ଓ ଦୂରଦୁଷ୍ଟି ସମ୍ପନ୍ନ ଚିନ୍ତା ଓ ଯୋଗୁ ଓଡିଶା ଏକ ବିକଶିତ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛି। ଏଣୁ ସମସ୍ତେ ମିଳିମିଶିପୁନର୍ବାର ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିନାସୀନ କରିବାପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ବେଜେଡି କର୍ମୀମାନଙ୍କୁ ଶ୍ରୀମତୀ ମହାପାତ୍ର କହିଥିଲେ। ଏହି ବୈଠକରେ ଦଳ ତଥା ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୂତ କରିବା, ପ୍ରାକୃତିକ ବିପର୍ଯ୍ୟୟ, ରୋଗରେ ପୀଡିତ ରୋଗୀ, ଅସହାୟ ବ୍ୟକ୍ତିମାନଙ୍କୁ ନିଜସ୍ୱ ପାଙଋିରୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ସେମାନଙ୍କ ସୁଖଦୁଃଖରେ ସହଭାଗୀ ହେଉଥିବା ଶ୍ରୀମତୀ ମହାପାତ୍ରଙ୍କ ଦୃଢ ନେତୃତ୍ୱ ପଛରେ ସମସ୍ତେ ସଂଗଠିତ ହେବାପାଇଁ ସଂକଳ୍ପ ନେଇଥିଲେ।

 

Leave A Reply

Your email address will not be published.