ଜକର ପଞ୍ଚାୟତରେ ଗଡ଼ିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

0 39

ବ୍ରହ୍ମୁର, ପ୍ରତ୍ୟକ ଓଡ଼ିଆଙ୍କ ସହଭାଗିତାରେ ବିଶ୍ୱନୟନ୍ତାଙ୍କ ଐତିହାସିକ ପରିକ୍ରମା ପ୍ରକଳ୍ପ ଲୋକାପଣ ଉତ୍ସବକୁ ପୂର୍ଣ୍ଣାଙ୍ଗ କରିବା ଉଦ୍ଦେଶ୍ୟରେ ଶନିବାର ସାରା ରାଜ୍ୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା
ଆରମ୍ଭ କରିଛି ଅର୍ପଣ ରଥ। ଏହି ପରିପ୍ରେକ୍ଷୀରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ବ୍ଲକର ଜକର ପଞ୍ଚାୟତରୁ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ
ସଂଯୋଜନାରେ ଗଡ଼ିଛି ଅର୍ପଣ ରଥ ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହେଉଛି ଗାଁ ଦାଣ୍ଡ। ମହାପ୍ରଭୁଙ୍କ ପାଇଁ ଏକାକାର ହୋଇଯାଇଛନ୍ତି ନେତା ଓ ଜନତା। ଦାସିଆ ବାଉରୀ ହାତରୁ ନଡ଼ିଆ ନେବା ଭଳି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଟି ପରିବାର ଘର ଦୁଆରେ ଥାଇ ବଢ଼ାଇ ଦେଉଛନ୍ତି ଅକ୍ଷତ ଓ ଗୁଆ। ଶ୍ରଦ୍ଧା ଓ ଭଲ ପାଇବାର ଏହି ସମର୍ପଣକୁ ଅର୍ପଣ ରଥରେ ସଂଗ୍ରହ କରାଯାଉଛି। ଗୁଆ ଓ ·ଉଳ ଅର୍ପଣ କରି ମହାପ୍ରଭୁଙ୍କ ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାମିଲ ହେବାର ପରମ ସୌଭାଗ୍ୟ। ଆସନ୍ତୁ ଦିବ୍ୟ ଅନୁଭୂତି ସାଉଁଟିବା, ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା।

 

Leave A Reply

Your email address will not be published.