ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର: ୫-ଟି ଅଧ୍ୟକ୍ଷ ସମ୍ବଲପୁରରେ ବିରୋଧୀଙ୍କୁ ତେରଚ୍ଛା ବାଣ

0 47

ଭବାନୀପାଟଣା, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିମାନ ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରିଥିଲେ। ସେଠାରୁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ପଡିଆ ଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ପାଇଁ ସହ କଳାହାଣ୍ଡି ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରୀଡା ଓ ସାଂସ୍କୃତିକ ବିକାଶ ଲାଗି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଥିବା କହିଥିଲେ। କଳାହାଣ୍ଡି  ଯୁବକ ଯୁବତୀମାନଙ୍କର ଶିକ୍ଷା, କ୍ରୀଡା, ସାଂସ୍କୃତିକ ବିକାଶ ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏକ ସଶକ୍ତ ସୁସ୍ଥ କଳାହାଣ୍ଡି ଗଠନରେ ଯୁବବର୍ଗଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ। ଯୁବ ସମୟ ଜୀବନର ସ୍ୱର୍ଣ୍ଣିମ ସମୟ । ଏହି ସମୟକୁ ସଦୂଯୋଗ କରିବା ନିହାତି ଆବଶ୍ୟକ। ଯୁବବର୍ଗ କେବଳ ପାଠରେ ନୁହେଁ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ଦରକାର। ନୂଆ-ଓ ଯୁବବର୍ଗଙ୍କୁ ପ୍ଳାଟଫର୍ମ ଦେବା ସହ ସାମୁହିକ ବିକାଶ ଦିଗରେ ସାହାଯ୍ୟ ହେବ ବୋଲି ସେ କହିଥିଲେ। ସେହିରି ଏହି ଉତ୍ସବରେ ବିଭିନ୍ନ ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ୱାରା, ସଙ୍ଗୀତ, ନୃତ୍ୟ ଆଦି କଳା ପରିବେଷଣ କରାଯାଇଥିଲା। ଯାହାକୁ ଉପସ୍ଥିତ ୧୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ। ପରେ ସେଠାରୁ ଭବାନୀପାଟଣା ଉପକଙଋରେ ଥିବା ଶ୍ରୀକୃଷ୍ଣ
ନଗର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଆପଣ ମାନେ କେନ୍ତା ଅଛନ୍ତି, ଭଲ ଅଛନ୍ତି ବୋଲି କଳାହାଣ୍ଡିଆ ଭାଷାରେ ବକ୍ତବ୍ୟ ଆରମ୍ଭକରି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଗତ ମେ ମାସରେ କଳାହାଣ୍ଡି ଗସ୍ତ ସମୟରେ ଆସି ସେ ଗ୍ରହଣ କରିଥିବା ୨୦୦୦ ଦରଖାସ୍ତରୁ ୧୮୦୦ ସମାଧାନ ହୋଇଛି । ୭ ମାସ ଭିତରେ ଜିଲ୍ଲାକୁ ୫୭୦ କୋଟି ଟଙ୍କା ମିଳିଥିବା କହିଥିବା ବେଳେ କଲେଜ ମାନଙ୍କର ରୂାନ୍ତରିକରଣ ପାଇଁ ୨୭ କୋଟି ଓ ଓ ଜିଲ୍ଲାର ବିଭିନ୍ନ ମନ୍ଦିର, ଅନେକ ରାସ୍ତା, ପୋଲ ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ସୈନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ। ସେହି ପରି ମନ୍ଦିର ମସଜିଦ କମ୍ୟୁନିଟି ସେଣ୍ଟର୍‌ମାନଙ୍କର ବିକାଶ ପାଇଁ ଆସନ୍ତା ୨୨ ତାରିଖ ସୁଦ୍ଧା ମୁଖ୍ୟ ମନ୍ତ୍ରୀ ଖୁସି ଖବର ଦେବେ ବୋଲି ପ୍ରକାଶ କରିଥିଲେ। ନିକଟରେ ୫୭୦ କୋଟି ଟଙ୍କା ଅନୁମୋଦନ ହୋଇଛି। ଅଲେଖ ମହିମା ପାଇଁ କାମ କରାଯିବ ବୋଲି ଅଧକ୍ଷ ଭିକେ ପାଣ୍ଡିଆନ ପ୍ରକାଶ କରିଥିଲେ। ଲକ୍ଷ୍ମୀ ଯୋଜନା କେମିତି ଚାଲିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିକୁ ବେଶୀ ଭଲ ପାଆନ୍ତି। ରୂାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଜିଲ୍ଲାରେ ଆର ମେଡିକାଲ କଲେଜ ଓ ଇଞ୍ଜିନୟରିଙ୍ଗ୍‌ କଲେଜ୍‌ ନିର୍ମାଣ କରାଯାଇଥିବା ବେଳେ ଜଳସେଚନ ପାଇଁ ସୁ ବ୍ୟବସ୍ଥା କରାଯାଇଛି । କୃଷିକ୍ଷେତ୍ରରେ ଜିଲ୍ଲା ଆଗକୁ ବଢିଛି । ବିନା ରାସନ କାର୍ଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣଯୋଜନାରେ ପଞ୍ଜିକରଣ କରି ଗ୍ରାମାଞ୍ଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଅନୁରୋଧ କରିଥିଲେ। ମାର୍ଚ୍ଚ ସୁଦ୍ଧା ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍‌ ସେବା ମିଳିବ । ଏହି ସରକାର ଆପଣ ମାନଙ୍କ ସରକାର, ଆପଣମାନେ ଯାହା ଚାହିଁବେ ତାହା ହେବ । ତେଣୁ ଆପଣମାନେ ନବୀନ ସରକାରକୁ କେତେ ଭଲ ପାଆନ୍ତି ତାହା ଆଗାମୀ ଦିନରେ ଜଣା ପଡିବ ବୋଲି କହିଥିଲେ। ସେହିରି ସମ୍ବଲପୁରରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ସମ୍ବଲପୁର ବରାଇପାଲି ରେମେଡରେ ପହଞ୍ଚିହା ପରେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସାଧାରଣ ସଭାରେ ସେ ଯୋଗ ଦେଇଥିଲେ। ଏହି ସଭାରେ ଭି.କେ ପାଣ୍ଡିଆନ ଉଦ୍‌ବୋଧନ ଦେଇ କହିଥିଲେ ଯେ, ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ସମ୍ବଲପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଧର୍ମାନୁଷ୍ଠାନ ଉନ୍ନତିକରଣ ନେଇ ୨୨ ତାରିଖ ସୁଦ୍ଧା ଖୁସି ଖବର ମିଳିବ। ମା’ ସମଲେଶ୍ୱରୀ ମନ୍ଦିର ସ୍ୱପ୍ନ ଭଳି ଲାଗୁଛି। ଏଥିସହ ମା’ ସମଲେଶ୍ୱରୀ ପୀଠର ସୌନ୍ଦର୍ଯ୍ୟକରଣ କିଭଳି ଲାଗୁଛି ବୋଲି ଲୋକଙ୍କୁ ପଚାରି ବୁଝିଥିଲେ।

 

Leave A Reply

Your email address will not be published.