ତିନିଦିନିଆ ନୂଆ- ଓ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

0 92

ରାୟଗଡ଼ା ଜିଲ୍ଲାସ୍ତରୀୟ ନୂଆ -ଓ କ୍ରୀଡା କାର୍ଯ୍ୟକ୍ରମ ଗତ ୧୯ ତାରିଖ ଗତ ୨୧ ତାରିଖ ଯାଏଁ ତିନିଦିନ ଧରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଓ ରେଲୱେ ପଡିଆ ଠାରେ
ଚାଲିଥିବା ଥିବା ନୂଆ-ଓ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ପଡ଼ିଆରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଜଗନ୍ନାଥ ସକ୍ଷରକା, ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ, ଆଇନ ବିଭାଗ, ମୁଖ୍ୟ ଅତିଥିଭାବେ ଯୋଗଦାନ କରି କ୍ରୀଡା ପତାକାକୁ ଅବତ୍ତୋଳନ କରିବା ସହିତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କ୍ରୀଡ଼ବିତମାନଙ୍କୁ ସମ୍ଭୋଦିତ କରିଥିଲେ। ସେହିପରି ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ନିହାର ରଞ୍ଜନ କହଁର, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର, ବିଭିନ୍ନ ବ୍ଲକରୁ ଆସିଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଉତ୍ସବରେ ଜିଲ୍ଲାର ୧୧ଟି ବ୍ଲକ ଓ ତିନୋଟି ସହରାଞ୍ଚଳର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ଖେଳ ୬ଟି ବିଭାଗରେ ଯଥା କ୍ରିକେଟ, ଭଳିବଲ, କବାଡି, ଖୋକ, ହୋକି ଓ ଫୁଟବଲ ଖେଳ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା। ଗତ ୨୧ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୫ଶହ କ୍ରୀଡ଼ାବିତ ସାମିଲ ହୋଥିଲେ। ମହିଳା ଫୁଟବଲରେ ଗୁଡାରି ମହିଳା ଟିମ ଚମ୍ପିୟାନ ହୋଇ ୫୦ହଜାର ଟଙ୍କା ଓ ଟ୍ରଫି ଗ୍ରହଣ କରିଥିଲେ। ସେହିରି କାଶୀପୁର ରନର୍ସ ଅପ ହୋଇ ତିରିଶ ହଜାର ଟଙ୍କା ଓ ଟ୍ରଫି ଗ୍ରହଣ କରିଥିଲେ। ସେହିରି ପୁରୁଷ ଫୁଟବଲ ଦଳରେ ରାୟଗଡା ପୌର ପରିଷଦର ଦଳ ବିଜୟ ହୋଇ ୫୦ହଜାର ଟଙ୍କା ଓ ଟ୍ରଫି ଗ୍ରହଣ କରିଥିଲେ। ସେହିରି ମହିଳା ଭଲିବଲରେ ବିଷମ କଟକ, ପୁରୁଷ ଭଲିବଲରେ ରାୟଗଡ ବ୍ଲକ, ଖୋକ ମହିଳା ବର୍ଗରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ରାୟଗଡ, ପୁରୁଷ ଖୋକରେ ରାୟଗଡ ପୌରପରିଷଦ ପୁରୁଷ ଦଳ, ମହିଳା ହୋକିରେ ରାୟଗଡ, ରୟାଲ ଏକଲାବ୍ୟ ଆଦର୍ଶ ଆୱାସିକ ବିଦ୍ୟାଳୟ, ପୁରୁଷ ହୋକି ଦଳରେ ଏକଲବ୍ୟ ୱକ୍ଷରୀର୍ସ, ରାୟଗଡ ବ୍ଲକ, ମହିଳା କବାଡିରେ ପୌର ପରିଷଦ, ରାୟଗଡ, ପୁରୁଷ କବାଡିରେ ମଧ୍ୟ୍ୟ ରାୟଗଡ ପୌରପରିଷଦ, ମହିଳା କ୍ରିକେଟ ବର୍ଗରେ କଲ୍ୟାଣ ସିଂପୁର ବ୍ଲକ
ଏବଂ ପୁରୁଷ କ୍ରିକେଟ ଦଳରେ ରାୟଗଡ ପୌରପାରିଷଦ ଆଦି ସବୁ ଚାମ୍ପିୟାନ ବିଜେତା ଦଳକୁ ୫୦ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସମସ୍ତ ଦ୍ୱତୀୟ ସ୍ଥାନ ହାସଲ
କରିଥିବା ଦଳକୁ ୩୦ହଜାର ଟଙ୍କା ଓ ସମସ୍ତେ ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ ୨୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଓ ଟ୍ରାପି ପ୍ରଦାନ କରାଯାଇଥିଲା। ଜିଲ୍ଲା ପରିଷଦ କାର୍ଯ୍ୟକ୍ଷଳୟର ସମସ୍ତ କର୍ମଚାରୀ ବିଶେଷ କରି ରାଜସ୍ୱ ସହାୟକ ବିଜେତା ପାଢ଼ୀ, ଓରମାସ ଡେପୁଟି ସିଓ ମନୋଜ  ପତ୍ର, ରଶ୍ମିରଂଜନ ପରିଡ଼ା, ପ୍ରଭାତ ଲେଙ୍କା, ଅଜାତ ଶତ୍ରୁ ରାଉତ, ଜିସିଡ଼ି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୁନୀଲ କୁମାର ମହନ୍ତ ଓ ଅନ୍ୟ ବିଦ୍ୟାଳୟ ଖେଳ ଶିକ୍ଷକ ମନେ ଖେଳ ପରିଚାଳନା କରିଥିଲେ ଯଥା ସୁହାସିନୀ ଓଝା, ରଶ୍ମିତା ରାଣୀ ପଣ୍ଡା, ଚିନ୍ମୟ ପୁରୋହିତ ଆଦି କ୍ରୀଡା ଶିକ୍ଷକ ମାନେ ଖେଳ ପରିଚାଳନା କରିଥିଲେ।

 

Leave A Reply

Your email address will not be published.