ମିଜୋରାମରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ

0 37

ନୂଆଦିଲ୍ଲୀ ମିଜୋରାମରେ ବଡ଼ ଧରଣର ବିମାନ ଦୁର୍ଘଟଣା । ସେନା ବିମାନ ଲେଙ୍ଗପୁୟି ବିମାନବନ୍ଦରରେ କ୍ରାସ୍‌ ହୋଇଛି । ଲ୍ୟାଣ୍ଡିଂ ବେଳେ ମିଆଁମାର ସେନା ଯୁଦ୍ଧ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୧୨ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । କିଛି ଦିନ ହେଲା ମିଆଁମାର ସେନା ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ତିକ୍ତତା ଜାରି ରହିଛି। ବିଚ୍ଛିନ୍ନବାଦୀ ଗୋଷ୍ଠୀ ସେନା ଉପରେ ଭାରି ପଡ଼ିଛି । ଯବାନଙ୍କୁ
ଟାର୍ଗେଟ୍‌ କରି ମାରୁଛନ୍ତି । ଏହି ଆକ୍ରମଣରୁ ଜୀବନ ବଞ୍ଚାଇ ପ୍ରାୟ ଶହେରୁ ଅଧିକ ଯବାନ ଦେଶ ଛାଡ଼ି ମିଜୋରାମର ଲବଙ୍ଗାତଲାଇ ଜିଲ୍ଲାରେ ଆଶ୍ରୟ ନେଇଥିଲେ । ସେମାନଙ୍କୁ ନେବା ପାଇଁ ଆସିଥିବା ବିମାନ ଦୁର୍ଘଟଣା ଶିକାର ହୋଇଛି । ଲେଙ୍ଗପୁୟି ଏୟାରପୋର୍ଟରେ ବିମାନ ଅବତରଣ ବେଳେ ରନୱେରୁ ବାହାରି ଫ୍ଲାଇଟ୍‌ ଏକ ଖାଇରେ
ପଡ଼ିଯାଇଥିଲା । ଏଥିରେ ୨ଜଣ ଗୁରୁତର ହୋଇଥିବା ବେଳେ ୧୨ ଜଣ ସାମାନ୍ୟ ଆହତ ଲାଗିଛି ।

 

Leave A Reply

Your email address will not be published.