ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ

0 76

ଖୋର୍ଦ୍ଧା, ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ପ୍ରତି ପଞ୍ଚାୟତ ଭଳି ବଙ୍ଗିଦା ଗ୍ରାମପଞ୍ଚାୟତର ପ୍ରତେକ ୱାର୍ଡରୁ ଶତାଧିକ ବରିଷ୍ଠ, ଯୁବ, ଛାତ୍ରଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଆୟୋଜକ ଥିଲେ ପଞ୍ଚାୟତ ସ୍ତରୀୟ ଛାମୁଆ କର୍ମୀ ପପୁ ମାର୍ଥା, ସୁମନ୍ତ ପାଲଟାସିଂହ, ଜ୍ଞାନରଞ୍ଜନ ଗୁଙଋ, ସଞ୍ଜୟ ପାଇକରାୟ ଏବଂ ଯୁଧିଷ୍ଠିର ଭୂୟାଁ। ଅତିଥି ଭାବରେ ଯୋଗ ଦେଇ ବିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ଆମ ଓଡିଶା ଅଧକ୍ଷ ଭି. କେ. ପାଣ୍ଡିଆନଙ୍କ ତ୍ୟାଗ, ନିଷ୍ଠା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତା ଓ ଚେତନା ଯୋଗୁ ଓଡିଶା ଏକ ବିକଶିତ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛି। ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଠାରୁ ସହର ଯାଏ ନବୀନ ଓଡିଶାର ମହାନ ଲକ୍ଷ ସାଧିତ ହୋଇପାରୁଛି। ଆମେ ସମସ୍ତେ ମିଳିମିଶି ପୁନଃଶ୍ଚ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିସୀନ କରିବା ପାଇଁ ସମସ୍ତ ଘରକୁ ଘର ଯାଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପହଞ୍ଚାଇବାକୁ ହେବ। ପ୍ରାକୃତିକ ବିପର୍ଯ୍ୟୟ, ରୋଗରେ ପୀଡିତ ରୋଗୀ, ଅସହାୟ ବ୍ୟକ୍ତିମାନଙ୍କୁ ନିଜସ୍ଵ ପାଣ୍ଠିରୁ ସାହାର୍ଯ୍ୟ ସହଯୋଗର ହାତ ବଢ଼ାଇ ସେମାନଙ୍କ ସୁଖଦୁଃଖରେ ନିରନ୍ତର ନିଜକୁ ସାମିଲ କରୁଥିବା ଶ୍ରୀମତୀ ମହାପାତ୍ରଙ୍କ ନେତୃତ୍ୱ ପଛରେ ସମସ୍ତେ ସଂଗଠିତ ହେବା ପାଇଁ ସଂକଳ୍ପ ନେଇଥିଲେ।

 

Leave A Reply

Your email address will not be published.