ଆଜି ବିଘ୍ନବିନାଶକଙ୍କ ପୂଜା ସବୁଠି ପାର୍ବଣର ମାହୋଲ

0 76

ଭୁବନେଶ୍ୱର, ୩୦ା୮(ଡିକେ ନ୍ୟୁଜ): ରାତି ପାହିଲେ ଗଣେଶ ପୂଜା । ଏଥିପାଇଁ ସଜେଇ ହେଲାଣି ବିଭିନ୍ନ ପୂଜା ମଣ୍ଡପ । ମୂର୍ତ୍ତି ତିଆରି ବି ଶେଷ ହୋଇ ସାରିଛି । ଗାଁରୁ ସହର ସବୁଠି ଜମିଲାଣି ପାର୍ବଣର ମାହୋଲ । ଏବେ ବିଘ୍ନନାଶକଙ୍କ ଆବାହନ ପାଇଁ ସମସ୍ତଙ୍କ ଭିତରେ ବଢ଼ିବାରେ ଲାଗିଛି ଉତ୍କଣ୍ଠା । ଏତିକିବେଳେ ମୂର୍ତ୍ତିର ଉଚ୍ଚତାକୁ ନେଇ କଟକଣା ଜାରି ପରେ ପୂଜା କମିଟିମାନଙ୍କର ଚିନ୍ତା ବଢ଼ି ଯାଇଛି । ବିଘ୍ନନାଶକଙ୍କ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ôଚଥିବା ବେଳେ ମୂର୍ତ୍ତି ଉଚ୍ଚତାକୁ ନେଇ ଏବେ କଟକଣା ଜାରି କରିଛନ୍ତି ସରକାର । ପାର୍ବଣ ଋତୁ ଆରମ୍ଭରୁ ରାଜ୍ୟ ସରକାରଙ୍କ ଓଡ଼ିଶା ପ୍ରିଭେନ୍ସନାଲ ଆଣ୍ଡ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ ରୁଲ୍ସ-୨୦୧୧ ଆଧାରରେ କଟକଣା ଲଗାଯାଇଛି । ପାର୍ବଣକୁ କିଭଳି ପ୍ରଦୂଷଣମୁକ୍ତ କରାଯିବ ସେଥିପାଇଁ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଂଘନ କଲେ ୭ ହଜାର ଟଙ୍କା ଯାଏ ଜରିମାନ ଦେବାକୁ ପଡ଼ିବ । ପଞ୍ଚାୟତସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଞ୍ଚଳର ପୂଜା କମିଟିକୁ ୫ ହଜାର ଦେବାକୁ ପଡ଼ିବ । ତେବେ ମୂର୍ତ୍ତି ଓ ମେଢ଼ ତିଆରି ସରିଥିବାରୁ ଜରିମାନା ଦେବାକୁ ପଡିଲେ ଦେବେ ବୋଲି କହିଛନ୍ତି କିଛି ପୂଜା କମିଟିର କର୍ମକର୍ତ୍ତା । ଅନ୍ୟପଟେ ଗଣେଶ ମୂର୍ତ୍ତିର ରୂପକୁ ନେଇ କଟକ ପୋଲିସର କଡା ଆଭିମୁଖ୍ୟ ପରେ ଏବେ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛନ୍ତି କିଛି କାରିଗର । ସେମାନେ ବରାଦ ଅନୁସାରେ ତିଆରି କରିଥିବା ସ୍ୱତନ୍ତ୍ର ମୂର୍ତ୍ତିକୁ ଏବେ ଆଉ ନେଉନାହାନ୍ତି ପୂଜା କମିଟି । ମୂର୍ତ୍ତି ତିଆରି ଶେଷ ହୋଇଥିବାରୁ ଏଥର କଟକଣା କୋହଳ କରିବାକୁ ପୋଲିସକୁ ନିବେଦନ କରିଛନ୍ତି । କିନ୍ତୁ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି କଟକ ଡିସିପି ।

Leave A Reply

Your email address will not be published.