ମାଲକାନଗିରି (ଡି କେ ନ୍ୟୁଜ୍) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ ମାନେ ଜଣେ ସିଏଏଫ ଯବାନଙ୍କୁ ଗଳା କାଟି ହତ୍ୟା କରିଥିବା ଜଣାପଡିଛି !ମିଳିଥିବା ସୂଚନା ଅନୁଯାୟୀ ସିଏଏଫ ପାୟାନିୟର ପ୍ଲାଟୁନ ରେ ଯବାନ ଥିବା ବିଜାପୁର ଜିଲ୍ଲା କୋତବାଲି ଥାନା ଅନ୍ତର୍ଗତ ପଦୋଡା ଗାଁ ର ମଲ୍ଲରାମସୂର୍ଯ୍ୟବଂଶୀ ଙ୍କୁ ମାଓବାଦୀ ଙ୍କ ଗାଁ ଗଙ୍ଗାଲୁର ଏରିଆ କମିଟି ଦ୍ୱାରା ଗତ ପାଞ୍ଚ ଦିନ ତଳେ ଅପହରଣ କରିନେଇଥିଲେ ! ଆଜି ସକାଳୁ ମାଓବାଦୀମାନେ ଅପହୃତ ଯବାନଙ୍କ ଗଳା କାଟି ହତ୍ୟାକରିବା ପରେ ତାଙ୍କ ସବକୁ ଗଙ୍ଗାଲୁର ଓ ବିଜାପୁର ରାସ୍ତାରେପକାଇଦେଇଯାଇଥିଲେ !ସକାଳୁ ଏହି ରାସ୍ତାରେ ଯାଉଥିବା ଲୋକ ମାନେ ଯବାନଙ୍କ ରକ୍ତ ଜୁଡୁବୁଡୁସବ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ !ଖବର ପାଇଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରି ପଞ୍ଚନାମା ପାଇଁ ପଠାଇ ଉକ୍ତ ଅଞ୍ଚଳରେ ମାଓବାଦୀକୁ ଧରିବା ନିମନ୍ତେ ସର୍ଚ୍ଚ ଅପେରସନ ଚଳାଇଛନ୍ତି ।