ମାଲକାନଗିରି: ମାଲକାନଗିରି ଜିଲ୍ଲା ର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପିପଲାପଦର ନିକଟରେ ମାଓବାଦୀ ଙ୍କ ଦ୍ଵାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇଁନ ଉଦ୍ଧାର କଲେ 144 ବାଟାଲିୟନ ର BSF ଜବାନ। ବମ ସ୍କ୍ୱାର୍ଡ ଦ୍ୱାରା ନିଷ୍କ୍ରିୟ କଲେ BSF। ସୁରକ୍ଷା କର୍ମୀ ଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡମାଇଁନ ଖଞ୍ଜିଥିଲେ।ମାଓ ବିରୋଧୀ ଅପରେଶନ ରେ ଜବାନ ଜଙ୍ଗଲ ଭିତରେ ଯିବାବେଳେ କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ ମାଓବାଦୀ।ଲ୍ୟାଣ୍ଡମାଇଁନ ଏତେ ଭୟଙ୍କର ଥିଲା ଯବାନଙ୍କ ଗାଡିକୁ ଅତି ସହଜରେ 20 ରୁ 25 ଫୁଟ ଉପରକୁ ଉଡାଇବାର କ୍ଷମତା ରହିଥିଲା।ତେବେ BSF ଜବାନ ଏହାକୁ ପଣ୍ଡ କରିଛି।