ଆଲୁଅ ଲିଭିବ: ଟିଭି, ଫ୍ରିଜ ଚାଲିବ

0 87

ଭୁବନେଶ୍ୱର: ଆସନ୍ତା ୫ ତାରିଖ ରବିବାର ରାତି ୯ଟା ବେଳେ ଜନସାଧାରଣଙ୍କୁ ସେ୍ୱଚ୍ଛାକୃତ ଭାବରେ ଆଲୁଅ ଲିଭାଇବାକୁ ମାନବ୍ୟର ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିବା ପରିପ୍ରେକ୍ଷୀରେ ଜନସାଧାରଣ ନିଜ ନିଜ ଘରେ ଟିଭି, ରେଫିଜରେଟର ଓ ଏସି ଇତ୍ୟାଦି ଚାଲୁ ରଖିପାରିବେ । ସେହିପରି ରାସ୍ତାଘାଟ ଆଲୋକ
ବ୍ୟବସ୍ଥା ସହ ହସ୍‌ପିଟାଲ୍‌ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାସଂସ୍ଥାଗୁଡ଼ିକରେ ବିଦୁ୍ୟତ ବ୍ୟବସ୍ଥା ଜାରି ରହିବ । ସେହପରି ବିଭିନ୍ନ ହାଉସିଂ ସୋସାଇଟି/ ଆପାର୍ଟମେଣ୍ଟଗୁଡ଼ିକରେ ମେନ୍‌ ସୁଇଚ୍‌ ଅଫ୍‌ ନକରିବାକୁ ଅନୁରୋଧ କରାଯାଉଛି । ଜନସାଧାରଣ ସେଦିନ ରାତି ୯ଟା ୯ ମିନିଟ୍‌ ପରେ ନିଜ ଘରର ଆଲୁଅଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍‌ଗୁଡ଼ିକୁ ଅନ୍‌ କରିବାକୁ ପରାମର୍ଶ
ଦିଆଯାଇଛି ।

Leave A Reply

Your email address will not be published.