ରହସ୍ୟଘେରରେ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ

0 36

ଦାଦନ ସର୍ଦ୍ଦାରର ଭୂମିକାକୁ ନେଇ ପ୍ରଶ୍ନବାଚୀ ଶୁଦ୍ଧିକ୍ରିୟା ପରେ ପୁଣି ଦାଦନ ଖଟିବାକୁ ପରିବାରକୁ ଧମକଚମକ ଏକମାତ୍ର ରୋଜଗାରିଆ ବ୍ୟକ୍ତିକୁ ହରାଇ ବେସାହାରା ପରିବାର ପାଟଣାଗଡ଼, ବେଲପଡା ବ୍ଲକ ଖଲଖଲି ଗାଁର ଦାଦନ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି। ତାଙ୍କୁ ହତ୍ୟା କରାଯାଇଛି ନା ଅନ୍ୟକିଛି ଘଟଣା ହେଇଛି ତଦନ୍ତର ଆବଶ୍ୟକତା ଥିବାବେଳେ ଶ୍ରମିକର ମୃତ୍ୟୁ ପରେ ବି ନ୍ୟାୟ ପାଇବାରୁ ବଞ୍ଚିତ ରହିଛନ୍ତି ପରିବାର। ଅନ୍ୟପଟେ ଏତେ ଘଟଣା ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦାଦନ ସର୍ଦ୍ଦାର ମଧୁ ନାଏକକୁ ପୋଲିସ ଗିରଫ କରୁନି। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ କେବେ ଦାଦନ ସର୍ଦ୍ଦାରକୁ ପୋଲିସ ଗିରଫ କରିବ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଦାଦନ ସର୍ଦ୍ଦାର ମଧୁ ନାଏକ ଦାଦନ ଶ୍ରମିକର ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ୬ ଜଣକୁ ଇଟାଭାଟିରେ ଅଟକ ରଖିଥିବା ବେଳେ ପୁଅର ଶୁଦ୍ଧିକ୍ରିୟା ପରେ ପୁଣି ଦାଦନ ଖଟିବାକୁ ଯିବାକୁ ପରିବାର ଉପରେ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି । ଏମିତି କି ବେଆଇନ ଦାଦନ ଚାଲାଣରେ ପୋଲିସ ଠୁ ଆରମ୍ଭ କରି ସବୁ ଅଧିକାରୀମାନଙ୍କୁ ମୋଟା ଅଙ୍କର ବଟି ଦେଉଛି, ତୁମେ ଯେତେ ଯାହା କଲେ ବି କିଛି କରିାରିବନି ବୋଲି ଏବଂ ଅଟକ ଥିବା ଲୋକଙ୍କୁ ବି ଛାଡିବିନି ବୋଲି କହୁଥୁବା ପରିବାର ଲୋକ ଅଭିଯୋଗ କରୁଛନ୍ତି । ଟେବେ ବାପା ମୃତ୍ୟୁ ପରେ ପରିବାର ପ୍ରତିପୋଷଣ କରୁଥୁବା ଏକମାତ୍ର ରୋଜଗାରିଆ ପୁଅ କ୍ଷୀର ଏବେ ତାଙ୍କ ମୃତ୍ୟୁ ପରେ କେମିତି ପରିବାର ଚଳିବ ବୋଲି ଚିନ୍ତା କରୁଛି ମା ପୂର୍ଣମୀ। ରୋଜଗାରିଆ ପୁଅକୁ ହରାଇ ବାହୁନି ବାହୁନି ହୋଇ କାନ୍ଦୁଛି ମା’। କେମିତି ପୁଅର ମୃତ୍ୟୁ ହେଲା। ସୁସ୍ଥ ସବଳ ପୁଅର କେମିତି ଜୀବନ ଚାଲିଗଲା । ସବୁକିଛି ଭାବି ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକେ। ଅନ୍ୟପଟେ ପୁଅର ଜୀବନ ଯିବା ପରେ ବି ପରିବାର ଲୋକଙ୍କୁ ଧମକ ଚକମ ଦେବାରେ ପଛାଉନାହାନ୍ତି ଦାଦନ ସର୍ଦ୍ଦାର ମଧୁ ନାଏକ। ଶୁଦ୍ଧିକ୍ରିୟା ପରେ ପୁଣି ଦାଦନ ଯିବାକୁ ପରିବାର ଉପରେ ଚାପ ପକାଉଥୁବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଡ୍ରେବିାଳି ଗାଁର ଦାଦନ ସର୍ଦ୍ଦାର ମଧୁ ନାଏକ ମୁଣ୍ଡ ପିଛା ୩୦ ହଜାର ଟଙ୍କା ବଇନା ଦେଇ ଖଲଖଲି ଗାଁର ପୂର୍ଣ୍ଣମୀ ମାଝୀଙ୍କ ସହ ପୁଅ କ୍ଷୀର ଏବଂ ପରିବାରର ୧୨ ଜଣକୁ ବେଆଇନ ଭାବେ ଇଟାଭାଟିରେ କାମ କରାଇବାକୁ କଟକ ଅଞ୍ଚଳ ଶ୍ରମିକକୁ ନେଇଥିଲା। ଗତ ୨ ତାରିଖ ଦିନ ରାତିରେ ଶ୍ରମିକମାନେ ଘରୁ ବାହାରିଥିବା ବେଳେ ପହଞ୍ଚିବାର ଦୁଇ ଦିନ ପରେ କାମ ଆରମ୍ଭ କରିଥିଲେ। ହେଲେ ଶନିବାର କୌଣସି କାରଣକୁ ନେଇ କ୍ଷୀର ଅସୁସ୍ଥ ଅନୁଭବ କଲେ। ତଥାପି ଦାଦନ ସର୍ଦ୍ଦାର ଚିକିତ୍ସା କରିବାକୁ ଡାକ୍ତରଖାନାକୁ ନେଲା ନାହିଁ । କ୍ଷୀର ଚାଲି ଚାଲି ଯିବା ବାଟରେ ଅସୁସ୍ଥ ହୋଇ ମୁର୍ଚ୍ଛାହୋଇ ପଡିଲେ । ଏନେଇ ପରିବାର ଲୋକ ସଙ୍ଗେ ସଙ୍ଗେ ଏକ ଏମ୍ବୁଲାନ୍ସରେ ତାକୁନିକଟ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ କ୍ଷୀରଙ୍କ ଅବସ୍ଥା ଆହୁରି ଗୁରୁତର ହେବାସହ ନାକରୁ ରକ୍ତସ୍ରାବ ହେବାକୁ ଲାଗିଲା ଏବଂ
ଚିକିତ୍ସା ଅବସ୍ଥାରେ କ୍ଷୀର ର ମୃତ୍ୟୁ ଘଟିଥିଲା । ପୁରା ଘଟଣା ସନ୍ଦେହେ ଘେରରେ ଥିବାବେଳେ ତଦନ୍ତ ପରେ ସବୁସତ ସାମ୍ନାକୁ ଆସିବ ବୋଲି ଦାବି ହେଉଛି। ଶ୍ରମିକର ମୃତ୍ୟୁ ପରେ ଶବକୁ ଏକ ଏମ୍ବୁଲାନ୍ସରେ ଗାଁ କୁ ପଠାଇ ଦେଇଥିଲା ଦାଦନ ସର୍ଦ୍ଦାର । ହେଲେ ସାଙ୍ଗରେ ଯାଇଥିବା ପରିବାରର ୬ଜଣକୁ ଗାଁ ଆସିବାକୁ ଦେଲାନି। ଏବେବି ପରିବାରର ସତ୍ୟପାଳ ବିଶ୍ୱାଳ, ହିୁନ ବିଶ୍ୱାଳ, ପଦ୍ମା ମଳିକ, ସନାତନ ବିଶ୍ୱାଳଙ୍କ ସହ ଅନ୍ୟଦୁଇ ଜଣକୁ ଇଟାଭାଟିରେ ଅଟକ ରଖିଥିବା ପରିବାର ଅଭିଯୋଗ କରିଛନ୍ତି । ଏମିତି କି ମୃତକର ଶୁଦ୍ଧିକ୍ରିୟା ସରିଲା ପରେ ପୁଣି କାମ କରିବା ପାଇଁ ଆସିବାକୁ ପରିବାର
ଲୋକଙ୍କୁ ଚେତାବନୀ ଦେଇଥିବା ପରିବାର ଲୋକ କହୁଛନ୍ତି। ବାପର ମୃତ୍ୟୁ ପରେ ନିଜ ଭଉଣୀମାନଙ୍କୁ ନିଜେ ପ୍ରତିପୋଷଣ କରୁଥୁଲା କ୍ଷୀର। ଏବେ ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର। ପୁଅର ଦୁଃଖରେ ଭାଙ୍ଗି ପଡ଼ିଥିବା ମା’ ଏବେ କେମିତି ବନ୍ଧକ ଥିବା ପରିବାର ଲୋକଙ୍କୁ ଉଦ୍ଧାର କରିବେ ତାକୁ ନେଇ ଚିନ୍ତାରେ। ଏନେଇ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ମଧ୍ୟ୍ୟ ଦାବି କରିଛନ୍ତି।
ଅନ୍ୟପଟେ ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରିତ ପରେ ବି ଶ୍ରମ ବିଭାଗ କି ପୋଲିସ ପ୍ରଶାସନର କୌଣସିତଦନ୍ତ ଆରମ୍ଭ ହେଉନଥିବାରୁ କାହା ପାଇଁ ପ୍ରଶାସନ ବୋଲି ଗ୍ରାମବାସୀ ଦାବି
କରିଛନ୍ତି । ତୁରନ୍ତ ଘଟଣା ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି ।

 

Leave A Reply

Your email address will not be published.