ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ରଣଦୀପ୍‌

0 46

ମୁମ୍ବାଇ, ବଲିଉଡର ଅଭିନେତା ରଣଦୀପ ହୁଡା। ସେ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମ ମନ୍ଦିରର ସମାରୋହ ଆୟୋଜିତ ହେବାକୁଯାଉଛି। ଯେଉଁଥିରେ ଦେଶର ବଡ ବ୍ୟକ୍ତିତ୍ୱମାନଙ୍କ ସହିତ ସାଧୁ ସନ୍ଥମାନେ ଆସିବେ। ଏକ ପୋଷ୍ଟରେ ରଣଦୀପ ରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଭାଗ ନେବାକୁ ଅଫିସିଆଲ ନିମନ୍ତ୍ରଣ ପାଇଥିବାର ନଜର ଆସିଛନ୍ତି। ଫଟୋରେ ରଣଦୀପ ଏକ ବ୍ରାଉନ୍‌ ଟି-ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଥିବାର ବେଳେ ତାଙ୍କ ହାତରେ ନିମନ୍ତ୍ରଣ କାର୍ଡ ଧରିଥିବାର ଦେଖିବାକୁ ମିଳିଛି। କହିବାକୁ ଗଲେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ମଧ୍ୟ ଏହି ଉତ୍ସବରେ ଭାଗ ନେବାକୁ ନିମନ୍ତ୍ରଣ ପାଇଛନ୍ତି। କୁହାଯାଉଛି କି ରଣଦୀପଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଏହି କାର୍ଯ୍ୟ ପାଇଁ ନିମନ୍ତ୍ରଣ କରାଯାଇଛି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଏକ ଲକ୍ଷରୁ ଅଧିକ ଭକ୍ତ ଆସିବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ବଲିଉଡର ବହୁ ବଡ ସେଲିବ୍ରିଟି ଏବଂ ଭେଟେରାନ୍‌ ଅଭିନେତା ମଧ୍ୟ ମନ୍ଦିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

 

Leave A Reply

Your email address will not be published.