ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହେଲା ଅଙ୍କୁରାରୋପଣ ସାରା ବିଶ୍ୱ ଦେଖିବ ଶ୍ରୀମନ୍ଦିର ସଂସ୍କୃତି : ଗଜପତି

0 55

ପୁରୀ, ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ଏଥିାଇଁ ଆରମ୍ଭ ହୋଇଛି ପୂଜାବିଧି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଆଚାର୍ଯ୍ୟବରଣ କରିଛନ୍ତି ଗଜପତି ମହାରାଜା। ଶ୍ରୀନଅରରେ ଆଚାର୍ଯ୍ୟବରଣ ପରେ ବ୍ରାହ୍ମଣମାନଙ୍କ ସହିତ ଗଜପତି ମହାରାଜା ଆଲୋଚନା କରିଛନ୍ତି। ପ୍ରଶାସନ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଭଲ କାମ ବୋଲି ସେ କହିଛନ୍ତି। ଜଗନ୍ନାଥ ମହାପ୍ରଭୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଚୁତଃପାଶ୍ୱର୍ରେ କୋଠାବଡ଼ି ଥିବାରୁ ମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିଲା। ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦ ହୋଇ ପ୍ରକଳ୍ପ କାମ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପରିକ୍ରମା ପ୍ରକଳ୍ପ ଏକାନ୍ତ ଜରୁରୀ ବୋଲି ସେ କହିଛନ୍ତି। ଏଥିସହିତ ଶ୍ରୀମନ୍ଦିର ସଂସ୍କୃତି ସାରା ବିଶ୍ୱ ଦେଖିବ ବୋଲି ଗଜପତି ମହାରାଜା କହିଛନ୍ତି। ପ୍ରକଳ୍ପ ଲୋକାର୍ପଣ ଲାଗି ହେବାକୁ ଥିବା ଯଜ୍ଞ ପାଇଁ ଆଜି ଶ୍ରୀନଅରରେ ଗଜପତଙ୍କ ଦ୍ୱାରା ମଙ୍ଗଳାରୋପଣ କରାଯାଇଛି। ଗଜପତି ମହାରାଜା ପୂଜା ବିଧି ସମ୍ପନ୍ନ ପୂର୍ବକ ଗୁଆ, ପଇତା, ନଡିଆ, ବସ୍ତ, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ, ପ୍ରଧାନା·ର୍ଯ୍ୟଙ୍କୁ ପ୍ରଦାନ କରିଛନ୍ତି । ଗଜପତି ମହିରାଜ ତାଙ୍କ ଶ୍ରୀହସ୍ତରେ ଏହି ଭବ୍ୟ ଓ ଦିବ୍ୟ ଗୁଆ, ନଡିଆ ପଇତା ଆଦି ପ୍ରଥମେ ପ୍ରଧାନା·ର୍ଯ୍ୟଙ୍କୁ ପ୍ରଦାନ କରିଥିଲେ। ପରେ ପ୍ରଧାନା·ର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ର·ରକ, ଉପପ୍ର·ରକ (ପୁସ୍ତାକା·ର୍ଯ୍ୟ), ମଣ୍ଡଳା·ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆ·ର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲା। ଏହାପରେ ପ୍ର·ରକ, ଉପ ପ୍ର·ରକ, ମଣ୍ଡଳା·ର୍ଯ୍ୟ, ଗଜପତିଙ୍କ ପ୍ରତିନିଧି ଅଙ୍କୁରାରୋପଣ ଗୃହରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ। ପୂର୍ବରୁ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କରାଯାଇଥିଲା। ଆସନ୍ତାକାଲି ଅଙ୍କୁରା ପୂଜନ ବିଧି ସମାହିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର
ଦାସ କହିଛନ୍ତି। ୧୩ରେ ଅଙ୍କୁର ପୂଜନ ହେବ।୧୪ ତାରିଖରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯିବ। ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆ·ର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ·ରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ , ବୈଷ୍ଣବ ଅଗ୍ନି ସଂସ୍କାର, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ, ପୁରୀ, ନିର୍ମାଣ ଦାୟିତ୍ୱ ନେଇଥିବା ଓବିସିସି ପକ୍ଷରୁ ଆଜି ଯାତ୍ରୀ ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ତାହାର ସୁରକ୍ଷା ତଥା ନିରାପତ୍ତା ଦାୟିତ୍ୱ ନେଇଛି ପୋଲିସ ପ୍ରଶାସନ। ଏଥି।ଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପୋଲିସ ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ପରିକ୍ରମା ପ୍ରକଳ୍ପ ଲାଗି ନିୟୋଜିତ ହେବାକୁ ଥିବା ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ବ୍ରିଫ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଆଜି ଠାରୁ ପୁରୀରେ ଗ୍ରହଣ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ଲାଗି ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଟି କେ ୯ ଟିମ ମୁତୟନ ହେବେ। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସହ ସିସିଟିଭି ଓ ସର୍ଭେଲାନ୍ସ ଟିମ୍‌, ବୋମା ନିଷ୍କ୍ରିୟକାରୀ ଟିମ୍‌, ଫେସ ରିଡିଙ୍ଗ ଟିମ୍‌ ନିୟୋଜିତ ହେବେ। ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଭକ୍‌ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗର ୯ଟି ଗେଟରେ ପୋଲିସ ମୁତୟନ କରାଯିବ। ସ୍ୱତନ୍ତ୍ର ତାଲିମପ୍ରାପ୍ତ ଦକ୍ଷ ଅଧିକାରୀଙ୍କୁ ଏଥିଲାଗି ନିୟୋଜିତ କରାଯିବ। ଯଜ୍ଞ ସ୍ଥଳର ସୁରକ୍ଷା ଓ ଟ୍ରାଫିକ ସୁରି·ଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ୧୭ ତାରିଖ  ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶୀଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ହେବ। ୧୭ ତାରିଖ ସକାଳ ସାଢେ ୭ଟାରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ଗୋଟାଏ ୧୫ରୁ ସାଢେ ଗୋଟାଏ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବେ।ଶ୍ରୀକ୍ଷେତ୍ରରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗ୍ରହଣ କରାଯିବ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆଇଜି କହିଛନ୍ତି। ୧୭ ତାରିଖ ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପାଇଁ ଅଧିକ ୨୪ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯିବ। ୧୬ ତାରିଖ ପର୍ଯ୍ୟନ୍ତ ୫ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଜଣ ଇନ୍ସିପେକ୍ଟର ଓ ୧୪୦ ଜଣ ସବ ଇନ୍ସିପେକ୍ଟର ଓ ଏଏସଆଇଙ୍କୁ ମୁତୟନ କରାଯିବ। ଅପରାହ୍ନରେ ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ନିଜ ନିଜ ସ୍ଥାନରେ ନିୟୋଜିତ ହୋଇଛନ୍ତି । ସେହିରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯୁବ ଶକ୍ତି ଆମ ପୋଲିସ ସ୍ୱେଚ୍ଛାସେବୀ ୬୦୦ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯିବ।ବଡ଼ଦାଣ୍ଡରୁ ବିସ୍ଥାପିତ ହୋଇଥିବା ୬ ଟି ବ୍ୟବସାୟୀ ସଂଘର ସମସ୍ତ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇଛନ୍ତି।ଟାଉନ
ଥାନା ପରିସରରେ ସେମାନଙ୍କୁ ଆଜି ପ୍ରଶିକ୍ଷଣ ଦିଆଯାଇଛି । ସେମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସୁରି·ଳନା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଦର୍ଶନ ଓ ଜଳସେବା ଯୋଗାଇବା କାର୍ଯ୍ୟର ନିୟୋଜିତ ରହିବେ। କିନ୍ତୁ ୧୬ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ପାଇଁ କୌଣସି କଟକଣା ରହିବ ନାହିଁ। ଟ୍ରାଫିକ କଟକଣା ମଧ୍ୟ ରହିବ ନାହିଁ। ତେବେ ଭିଡ ଓ ଗହଳିକୁ ଦେଖି ଟ୍ରାଫିକ ପରି·ଳନା କରାଯିବ ବୋଲି ଆଇଜି ସ୍ପଷ୍ଟ କରିଛନ୍ତି। ୧୭ ତାରିଖ ପାଇଁ ସ୍ୱତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଆଇଜି କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀସେତୁ ଓ ଶ୍ରୀଦାଣ୍ଡ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

#Jayjagannth#SrimandirAnkurapan#Project#dumanikhabar#odisha

Leave A Reply

Your email address will not be published.