ବାତ୍ୟା ପାଇଁ ୧୨ ଜିଲ୍ଲାକୁ ଆଲର୍ଟ ଜାରି

0 76

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ଲଘୁଚାପ ଆଜି ସଂଧ୍ୟାରେ ଅବପାତର ରୂପ ନେବ ବୋଲି ସୂଚନା ଦେବା ସହିତ ଆସନ୍ତାକାଲି ସଂଧ୍ୟା ବେଳକୁ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । କେଉଁଠ ଲ୍ୟାଣ୍ଡ ଫଲ୍ କରିବ ତାହା ଜଣାପଡ଼ିନାହିଁ । ଏତଦ ଦ୍ୱାରା ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ । ବାତ୍ୟା ୧୭ ତାରିଖ ସନ୍ଧ୍ୟାପରେ ଦିଗ ପରିବର୍ତ୍ତନ କର ଉତ୍ତର-ପୂର୍ବ ଦିଗକୁ ବାତ୍ୟା ଗତି କରିବ । ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନ୍ (ଏସ୍‌ଆରସି) ସୂଚନା ଦେଇ କହିଛନ୍ତି । ଏଣେ ଓଡ଼ିଶା ମୁହାଁ ନ ହୋଇ ଏହି ବାତ୍ୟା ପଶ୍ଚିମବଙ୍ଗ ବାଙ୍ଗଲାଦେଶ ଆଡକୁ ଗତି କରିବା ଆକଳନ ଯଦି ଠିକ ହୁଏ ତେବେ ଓଡ଼ିଶାରେ ବର୍ଷା ହେବ ଏବଂ ପବନ ବି ବହିବ । କିନ୍ତୁ ବାତ୍ୟାର ସିଧା ଆଶଙ୍କା ରହିବ ନାହିଁ । ଆଇଏମଡି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହା ସାମୂଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବା ପରେ ଏହାର ଗତିପଥକୁ ନେଇ ଅଧିକ ଆକଳନ କରାଯାଇପାରିବ । କିନ୍ତୁ ଏହାର ପ୍ରଭାବକୁ ପାଣିପାଗ ବିଭାଗ ଆକଳନ କରିପାରୁଛନ୍ତି ।୧୮ତାରିଖରୁ ଉପକୂଳ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୧୯ ତାରିଖରେ ବର୍ଷାର ପରିମାଣ ବଢିପାରେୟ ଦକ୍ଷିଣ ଉପକୂଳ ଜିଲ୍ଲାମାନଙ୍କରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ୬୦ କିଲୋମିଟର ପ୍ରତି ଘଣ୍ଟ।। ବେଗକୁ ମଧ୍ୟ ପବନର ଗତି ଛୁଇଁ ପାରେ ।

Leave A Reply

Your email address will not be published.