ମାଧୁରୀଙ୍କୁ ପୂରିଲା ୫୩

0 73

ମଇ ୧୫ ଅର୍ଥାତ ଆଜି ବଲିଉଡ୍‌ର ଖ୍ୟାତନାମା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ଙ୍କୁ ୫୩ବର୍ଷ ପୂରଣ କରିଛି । ଆଜିର ଦିନରେ ସେ ତାଙ୍କ ସ୍ୱାମୀ ଶ୍ରୀରାମ ନେନେଙ୍କ ସହ ପାରିବାରିକ ଜୀବନକୁ ବେଶ୍ ହସଖୁସିରେ କାଟୁଛନ୍ତି । କିନ୍ତୁ ଯେତେବେଳେ ସେ ସିନେମା ଛାଡ଼ି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଦର୍ଶକେ ଭାବିଥିଲେ କି ତାଙ୍କ କ୍ୟାରିଅରର ପୂର୍ଣ୍ଣଛେଦ୍ ପଡ଼ିଯିବ । ତେବେ ବଲିଉଡ୍‌ର ଆଜି ବହୁ ଅଭିନେତ୍ରୀ ଏଭଳି ଅଛନ୍ତି ଯେଉଁମାନେ କି ବିବାହ ପରେ ଇଣ୍ଡଷ୍ଟ୍ରିରେ ଆଜି ବି ସକ୍ରିୟ ଅଛନ୍ତି । ସମୟ ଥିଲା ଯେତେେବେଳେ ଅଭିନେତ୍ରୀମାନେ ବିବାହ କରିନେଉଥିଲେ ସେତେବେଳେ ତାଙ୍କର କ୍ୟାରିୟର ଶେଷ ହୋଇଯାଇଛି ବୋଲି ଧରିନିଆଯାଉଥିଲା । ସେତେବେଳେ ମାଧୁରୀ ଦୀକ୍ଷିତ ଏହି ପରମ୍ପରାକୁ ଭୁଲ୍ ବୋଲି ସାବ୍ୟସ୍ତ କରିଥିଲେ । ପୂର୍ବରୁ ଯେଉଁ ମାଧୁରୀଙ୍କ ପାଇଁ ଲୋକେ ପାଗଳ ପ୍ରାୟ ହୋଇଯାଉଥିଲେ ଆଜି ବି ତାଙ୍କ କ୍ଷେତ୍ରରେ ସେପରି ଦେଖିବାକୁ ମିଳୁଛି । ମାଧୁରୀ ବିବାହ ପରେ ବି ଦର୍ଶକଙ୍କୁ ଖୁବ୍ ଭଲ ଫିଲ୍ମ ଭେଟିଦେଇଛନ୍ତି ।

Leave A Reply

Your email address will not be published.