ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍‌ ହେବ “ଟାଇଗର ୩’ |

"Tiger 3" will be released in OTT soon |

0 112

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମୋଷ୍ଟ ପପୁଲାର ଫିଲ୍ମ “ଟାଇଗର ୩’ ଗତ ମାସ ନଭେମ୍ବର ୧୨ରେ ପୂରା ବିଶ୍ୱର ସିନେମା ହଲରେ ରିଲିଜ୍‌ କରାଯାଇଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଏହା ବ୍ୟତୀତ ଫିଲ୍ମଟି କେବେ ଓଟିଟିରେ ରିଲିଜ ହେବ ଫ୍ୟାନ୍ସ ତାର ଅପେକ୍ଷାରେ ରହିଛିନ୍ତି । ତେବେ ସଲମାନ ଖାନଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ୪୫୦ କୋଟିରୁ ଅଧିକ କଲେକ୍ସନ କରିସାରିଛି । ଏହା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଫିଲ୍ମ “ଟାଇଗର ୩’ ବହୁତ ଶୀଘ୍ର ୩୦୦ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି । ମନିଷ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ “ଟାଇଗର ୩’ ଟାଇଗର ଫ୍ରାଞ୍ଚଇଜର ତୃତୀୟ ଫିଲ୍ମ । ଏହା ପୂର୍ବରୁ “ଏକ ଥା ଟାଇଗର’ ଏବଂ “ଟାଇଜର ଜିନ୍ଦା ହେ’ ରିଲିଜ୍‌ ହୋଇସାରିଛି । ଏହି ଦୁଇଟି ଫିଲ୍ମକୁ ଆଦିତ୍ୟା ଚୋପଡା ପ୍ରଡ୍ୟୁସ କରିଥିଲେ । ତେବେ ସୂଚନା ମୁତାବକ, ଏବେ “ଟାଇଗର ୩’ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି । କିନ୍ତୁ ଏହି ଫିଲ୍ମ ଓଟିଟିରେ ରିଲିଜ୍‌ ହେବାକୁ ନେଇ କିଛି ଅଫିସିଆଲ ଆନାଉନ୍ସମେଣ୍ଟ ହୋଇନାହିଁ । ଫିଲ୍ମ “ଟାଇଗର ୩’ରେ ସଲମାନ ଖାନ୍‌ ଏଜେଣ୍ଟ ଟାଇଗର ଓ କ୍ୟାଟ୍ରିନା କୈଫ ଜୋୟାଙ୍କ ଚରିତ୍ରରେ ନଜର ଆସିଛନ୍ତି । ସେହିପରି ଫିଲ୍ମରେ ଇମ୍ରାନ ହାସମି ଭିଲିଆନ୍‌ ରୋଲରେ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ରେବତୀ ଓ ରିଦ୍ଧି ଡୋଗ୍ରାଙ୍କ ଭଳି କଳାକାର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତେବେ ଯଦି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ କଥା କହିବା, ତାହେଲେ ରଣବୀର କପୁରଙ୍କ “ଆନିମଲ’ ରହିଲି ହେବା ପରେ, ଏହି ଫିଲ୍ମର ରୋଜଗାରରେ ବ୍ରେକ୍‌ ଲାଗିଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମ “ଟାଇଗର ୩’ ଭାରତରେ ୨୮୦ କୋଟି ଟଙ୍କା କଲେକ୍ସନ କରିସାରିଛି । ତେବେ ଏହା ଦେଖିବାର ଅଛି ଯେ ଫିଲ୍ମ “ଆନିମଲ’ ଓ ଫିଲ୍ମ “ସାମ୍‌ ବାହାଦୂର’ ସାମ୍ନାରେ ଫିଲ୍ମ “ଟାଇଗର ୩’ ୩୦୦ କୋଟ ଟଙ୍କା ରୋଜଗାର କରିପାରୁଛି ନା ନାହିଁ ।

Leave A Reply

Your email address will not be published.