ବିପକ୍ଷ ସୀମିତ ଓଭର ସିରିଜରୁ ତେମ୍ବା ବଭୂମା ଆଉଟ |

Temba Bavuma out of limited overs series

0 49

ନୂଆଦିଲ୍ଲୀ : ଭାରତ ବିପକ୍ଷ ଦନିକିଆ ଓ ଟି-୨୦ ସିରିଜରୁ ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ତେମ୍ବା ବଭୂମା ଆଉଟ । ତାଙ୍କୁ ସୀମିତ ଓଭର ସିରିଜରେ ବିଶ୍ରାମ ଦିଆଯାଇଥିବା କଥା କୁହାଯାଉଛି । କିନ୍ତୁ ବାସ୍ତବରେ ବିଶ୍ୱକପରେ ବଭୂମା ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟି-୨୦ ଓ ଦିନିକିଆ ସିରିଜରୁ ବାଦ ଦିଆଯାଇଥିବା ଚର୍ଚ୍ଚା ହେଉଛି । ସେ ସୀମିତ ଓଭର ସିରିଜରୁ ବାଦ ପଡ଼ିଥିଲେ ହେଁ ଭାରତ ବିପକ୍ଷ ୨ ଟିକିଆ ଟେଷ୍ଟ ମ୍ୟାଚ୍‌ ବେଳକୁ ଫେରିବେ । ଏଥିସହ ଦଳର କମାଣ ମଧ୍ୟ ସମ୍ଭାଳିବେ । ବଭୂମାଙ୍କ ବଦଳରେ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ବିସ୍ଫୋରକ ବ୍ୟାଟର ଏଡେନ ମାର୍କରମ ଦକ୍ଷିଣ ଆଫ୍ରିକାର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି । ଆସନ୍ତା ୧୦ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ଆରମ୍ଭ ହେବ । ଏହା ଜାନୁଆରୀ ୭ ଯାଏ •ଲିବ । ପ୍ରଥମ ଟି୨୦, ପରେ ଦିନିକିଆ ଓ ଶେଷରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ବଭୂମା ଦିନିକିଆ ବିଶ୍ୱକପରେ ମାତ୍ର ୧୮.୧୨ ହାରରେ ରନ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ୩୫ ଥିଲା । ତେଣୁ ତାଙ୍କୁ ଫର୍ମ ଫେରିବା ପାଇଁ କ୍ରିକେଟ ଦକ୍ଷିଣ ଆଫ୍ରିକା ବିଶ୍ରାମ ଦେଇଥିବା ସୂଚନା ଦେଇଛି । ଦିନିକିଆରୁ ଅବସର ନେଇ ସାରିଥିବା କ୍ୱିଣ୍ଟନ ଡି’କକ ଟି-୨୦ ସିରିଜରେ ମଧ୍ୟ ଉପଲବ୍ଧ ହେବେ ନାହିଁ । ଦକ୍ଷିଣ ଆଫ୍ରିକା ଏକାଧିକ ନୂଆ ମୁହଁକୁ ଭାରତ ବିପକ୍ଷ ସିରିଜରେ ସୁଯୋଗ ଦେଇଛି । ଟେଷ୍ଟ ସିରିଜରେ ପ୍ରଥମଥର ପାଇଁ ଡାଭିଡ ବେଡିଂହାମ ଓ ଟ୍ରିଷ୍ଟାନ ଷ୍ଟବ୍ସଙ୍କୁ ସାମିଲ କରାଯାଇଛି । ଟେଷ୍ଟ, ଦିନିକିଆ ଓ ଟ-୨୦ ସିରିଜରେ ଦ୍ରୁତ ବୋଲର ନାନ୍ଦ୍ରେ ବୁରଗେର ରହିଛନ୍ତି । ୱିକେଟ କିପର ବ୍ୟାଟର କାୟଲେ ଭେରୀୟନ୍ନେ ଓ ଅଲରାଉଣ୍ଡର ୱିଆନ ମୁଲଡେର ଟେଷ୍ଟ ଏବଂ ଦିନିକିଆ ସ୍କ୍ୱାଡକୁ କମବ୍ୟାକ କରିଛନ୍ତି । କାଗିସୋ ରବାଡାଙ୍କୁ ଭାରତ ବିପକ୍ଷ ସୀମିତ ଓଭର ସିରିଜରେ ଦେଖିବାକୁ ମିଳିବ ନାହିଁ । ତାଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ବିଶ୍ରାମ ଦେଇଛି । ସେ ଟେଷ୍ଟ ମ୍ୟାଚ ବେଳକୁ ଦଳକୁ ଫେରିବେ । ଗେରାଲ୍ଡ କୋଏଜି, ଲୁଙ୍ଗି ଏନଗିଡି ଓ ମାର୍କୋ ୟାନସେନ ମଧ୍ୟ ଦିନିକିଆ ସିରିଜ ଖେଳିବେ ନାହିଁ |

Leave A Reply

Your email address will not be published.