ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ନୀତି ସମ୍ପନ୍ନ

Prathanastami niti is completed in the temple

0 51

ପୁରୀ,୫ା୧୨ : ପ୍ରଥମାଷ୍ଟମୀ ଅବସରରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଶ୍ରୀମନ୍ଦିରରେ ବିଶେଷ ନୀତି ସଂପନ୍ନ ହୋଇଛି । ଆଜି ଭୋର ୬ଟା୫ରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା । ଭିତରଶୋଧ, ମଇଲମ୍‌, ତଡ଼ପଲାଗି ଆଦି ନୀତି ପରେ ସକାଳ ୬ଟା୫୦ରେ ହୋଇଥିଲା ମଙ୍ଗଳ ଆଳତି । ଏହାପରେ ମଇଲମ୍‌, ତଡ଼ପଲାଗି, ଅବକାଶ ନୀତି ବଢିଥିଲା । ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡରେ ମଇଲମ୍‌ କରାଯାଇଥିଲା । ପୂଜାପଣ୍ଡା ତିନିବାଡରେ ମହାସ୍ନାନ ବଢାଇଥିଲେ । ମହାସ୍ନାନ ପରେ ପୁଷ୍ପାଳକ ସେବକଙ୍କ ଦ୍ୱାରା ନୂଆଲୁଗା ଲାଗି କରାଯାଇଥିଲା । ପୂଜାପଣ୍ଡା, ପତି ଓ ମୁଦିରସ୍ତ ଘଟୁଆରୀ ଘରୁ ଚନ୍ଦନ ବିଜେ କରାଇ ଆଣି ତିନିବାଡରେ ଲାଗି କରିଥିଲେ । ଏହାପରେ ଠାକୁରମାନଙ୍କୁ ବେଶ କରାଯାଇ କର୍ପୁର ଲାଗି କରାଯାଇଥିଲା । ଶୁଦ୍ଧସୁଆର ପୂଜାଠା କରିବା ପରେ ପୂଜାପଣ୍ଡା,ପତିଓମୁଦିରସ୍ତ ବରୁଣ ପୂଜା କରିଥିଲେ । ପ୍ରଥମାଷ୍ଟମୀ ଉପଲକ୍ଷେ ଠାକୁରମାନେ ତଢାଉଲାଗି ହୋଇଥିଲେ । ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନିବାଡ଼ରେ ମଙ୍ଗଳାର୍ପଣ କରାଯିବା ସହ ଫୁଲ ପୁରିଆ ଖଦୀ ଓ ଛେଦା, ପ୍ରସାଦ ଲାଗି ଏବଂ ବନ୍ଦାପନା କରାଯାଇଥିଲା ।

Leave A Reply

Your email address will not be published.