ମା’ଙ୍କୁ ଠେଙ୍ଗାରେ ପିଟି ମାରିଲା ପୁଅ

0 75

ସମ୍ବଲପୁର : ସମ୍ବଲପୁଲ ଜିଲ୍ଲା କିଶୋରନଗର ଥାନା ଶାହାଜବାହାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମକଲା ମା’କୁ ପୁଅ ଠେଙ୍ଗାରେ ପିଟିପିଟି ହତ୍ୟା କରି ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଶାହାଜବାହାଳ ଗାଁର ଅର୍ତ୍ତତ୍ରାଣ ବେହେରା (୩୦) ନିଜର ବିଧବା ମା’ ଅପର୍ଣ୍ଣା ବେହେରା ସହିତ ବସବାସ କରୁଥିଲା । ତେବେ ଅର୍ତ୍ତତ୍ରାଣ ଗତକାଲି (ସୋମବାର) ରାତିରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରି ମା’ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ କରିଥିଲା । ଏଥିରେ ମା’ ପୁଅକୁ ଗାଳି ଦେବାରୁ ଅର୍ତ୍ତତ୍ରାଣ ଉତକ୍ଷିପ୍ତ ହୋଇ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ମା’ ମୁଣ୍ଡଙ୍କୁ ପାହାର ଦେଇଥିଲା । ଏଥିରେ ବିଧବା ମା’ ଗୁରୁତର ଆହତ ହୋଇପଡ଼ିଥିଲେ । ଗ୍ରାମବାସୀ ଅପର୍ଣ୍ଣାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଯୋଗେ ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ୱ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରୋଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇ କିଶୋରନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ପୁଲିସ ପ·ରଉଚରା ଜାରି ରଖିଛି ।

Leave A Reply

Your email address will not be published.