ବସ୍ ଦୁର୍ଘଟଣାରେ ୪୦ରୁ ଅଧିକ ପ୍ରବାସୀ ଆହତ

ଜଳେଶ୍ୱର : ପୁଣି ଓଲଟିଲା ଓଡିଶା ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ବସ । ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଏହି ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ଏହି ବସ ଦୁର୍ଘଟଣାରେ ୪୦ରୁ ଅଧିକା ଯାତ୍ରୀ ଆହତ ହୋଇଥିବା ସୂଚନା ମଳିଛି । ତେବେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସ୍ ଦୁର୍ଘଟଣାରେ ଆହାତ ହୋଇଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ଜଳେଶ୍ୱର ମେଡ଼ିକାଲରେ ଭର୍ତି କରାଯାଇଛି । ବସଟି କେରଳରୁ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ମଙ୍ଗଳକୁଟ ଏବଂ ବୀରଭୁମୀ ଥାନା ଅଞ୍ଚଳକୁ ଯାଉଥିଲା । ମଙ୍ଗଳକୁଟର ୩୦ ଜଣ ଏବଂ ବୀରଭୁମିର ୧୦ ଜଣ ଅଛନ୍ତି । କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଅଘଟଣ ସାମ୍ନାକୁ ଆସିଛି ଯାହା ପ୍ରବାସୀଙ୍କ ଚିନ୍ତା ବଢାଇଛି ।

Leave a Reply

Your email address will not be published. Required fields are marked *