ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ: ଲକ୍ଷ୍ମୀବଜାରରୁ ଆରମ୍ଭ ହେଲା ଉଚ୍ଛେଦ କାମ

0 71

ପୁରୀ: ଲକଡାଉନ୍ ପାଇଁ ଦୀର୍ଘ ଅଢ଼େଇ ମାସ ବନ୍ଦ ରହିବା ପରେ ଆଜିଠୁ ପୁଣି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ୟ୍ୟକ୍ରମ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ୟ୍ୟକରଣ ପାଇଁ ଉଚ୍ଛେଦ କାମ ଚାଲିଛି। ପ୍ରଥମେ ଉତ୍ତରପାର୍ଶ୍ୱ ପାଖରୁ ଉଚ୍ଛେଦ କାମ ଆରମ୍ଭ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ସତ୍ୟନାରାୟଣ ମନ୍ଦିର ପର୍ୟ୍ୟନ୍ତ ଉଚ୍ଛେଦ କରାଯିବ। ଏହି ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନ ଗୁଡିକର ଉଚ୍ଛେଦ କରାଯିବ। ପୂର୍ବରୁ ଉତ୍ତରପାର୍ଶ୍ୱ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା। ତେବେ କରୋନା ସ୍ଥିତି ଉପଜିବା ପରେ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିଲା। ଏହାପରେ ସମସ୍ତ ଉନ୍ନୟନ କାମ ବନ୍ଦ ରହିଥିଲା । ନିକଟରେ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଉନ୍ନୟନ କାର୍ୟ୍ୟ ପୁଣି ଥରେ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିଲାଗି ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ଆଦି ଗୂରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଶେଷ ହୋଇଛି । ଶ୍ରୀମନ୍ଦିର ଉନ୍ନୟନ ପ୍ରକଳ୍ପ ଲାଗି ଜଗନ୍ନାଥ ହେରିଟେଜ କରିଡର, ବଡ଼ଦାଣ୍ଡ ଉନ୍ନତୀକରଣ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ ପ୍ରସ୍ତୁତ କରାଯାଇଛି

Leave A Reply

Your email address will not be published.