ଓୟୋ ହୋଟେଲରେ ଚଢାଉ: ୯ଜଣ ଜୁଆଡ଼ିଙ୍କୁ ଗିରଫ

0 86

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଲିସ ୯ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ଜଣାଯାଇଛି। କରୋନା କଟକଣା ଭିତରେ ବି ରାଜଧାନୀରେ ଚାଲିଛି ଜୁଆ ଖେଳ । କୋଭିଡ୍ ପାସ ଲଗାଇ ଭୁବନେଶ୍ୱରର ବେଧଡକ ବୁଲୁଛନ୍ତି ଜୁଆଡ଼ି । ଟାଙ୍ଗୀ ବିଡିଓଙ୍କ ଅନୁମତି ପତ୍ର ଦେଖାଇ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ତିନିଟି ଗାଡ଼ିରେ ବୁଲୁଛନ୍ତି ଜୁଆଡ଼ି । ଏପରିକି ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ପୁଲିସ। ସେଠାରୁ ୯ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ରାଜଧାନୀରେ ହାଇ ପ୍ରୋଫାଇଲ ଜୁଆ ଆଡାରେ ଚଢ଼ାଉ କରି ସେମାନଙ୍କ ନିକଟରୁ ନୟାପଲ୍ଲୀ ଥାନା ପୁଲିସ ତିନିଟି ଦାମୀ ଗାଡ଼ି , ୧ ଲକ୍ଷ ୫୩ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଥିବାର ସୂଚନା ମିଳିଛି।

Leave A Reply

Your email address will not be published.