ଦକ୍ଷିଣ ଭାରତରୁ ଦୁଇଟି ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ୧୪୮ ଆସିଲେ, ରାତିରେ ପୁଣି ଆସିବେ ୩ଟି ଟ୍ରେନରେ ପ୍ରବାସୀ ଓଡ଼ିଆ ଶ୍ରମିକ

0 73

ର।ୟଗଡ଼।, ଡୁମାଣୀଖବର : ଦକ୍ଷିଣ ଭାରତରେ କାମଧନ୍ଦା ପାଇଁ ଯାଇଥିବା ପ୍ରବାସୀ ଶ୍ରମିକମାନେ ସ୍ଵତନ୍ତ୍ର ଟ୍ରେନ ଯୋଗେ ଆଜି ୫ଟି ଟ୍ରେନରେ ଥିବାର ସୂଚନା ରେଳ ବିଭାଗ ତରଫରୁ ଜଣାଇଦେଲା ପରେ ପ୍ରଶସନ ତରଫରୁ ସହରର ସ୍ଥାନିୟ ଗଜପତି ଛକରୁ ସାଇ ଇନ୍ତ୍ରଣାସୀନାଲ ଛକ ଓ ଷ୍ଟେସନ ଏରିଆରେ ଧାରା ୧୪୪ ଲାଗୁକରାଯାଇଥିଲା । ଆଜି ନିର୍ଧାରିତ ଟ୍ରେନ ଗୁଡ଼ିକ ହେଲା ୦୭୭୪୭ -ଘଟକେଶ୍ୱରରୁ ବଲାଙ୍ଗୀର,୦୬୪୮୪-ତିରୁଭାଲରୁ ବଲାଙ୍ଗୀର,୦୭୭୪୮-ଘଟକେଶ୍ୱର ରୁ ନୂଆପଡା,୦୬୪୬୬-ଟିରୁବନନ୍ତ ପୁରମରୁ ହଟିଆ ଓ ଟ୍ରେନ ନମ୍ବର ୦୭୭୪୯-ନାଗାଲପାଳି/ସାଙ୍ଗରେଡି ରୁ ନୂଆପଡା ଆଦି ୫ଟି ଟ୍ରେନ ଆସିବାର ଅଛି । ସେଥି ମଧ୍ୟରୁ ପ୍ରଥମ ଦୁଇଟି ଟ୍ରେନ ସକାଳ ୧୧ସମୟ ସୁଦ୍ଧା ରାୟଗଡା ଷ୍ଟେସନରେ ପହଞ୍ଚିଛନ୍ତି ।
କରୋନା ମହାମରୀ ଯୋଗୁଁ ତଲ।ବନ୍ଦୀ ହେବାଯୋଗୁଁ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେବେ। ଫଳରେ ଶ୍ରମିକ ମାନେ ନିଜ ନିଜ ଭିଟା ମାଟିକୁ ଫେରିବା ନିମନ୍ତେ ପଞ୍ଜିକୃତ କରିଥିବା ଶ୍ରମିକମାନେ ଟ୍ରେନ ନମ୍ବର ୦୭୭୪୭ରେ ନବରଙ୍ଗପୁର ଜିଲ୍ଲାର୭୮ଜଣ ପ୍ରବାସୀ ଆସିଥିବା ବେଳେ ଦ୍ବିତୀୟ ଟ୍ରେନ ୦୬୪୮୪ରେ ନବରଙ୍ଗପୁର ଜିଲ୍ଲାର ୬୪ଜଣ ଓ କନ୍ଧମାଳ ଜିଲ୍ଲାର ୬ଜଣ ମିଶି ୭୦ଜଣ ପ୍ରବାସୀ ଆସିଲେ ।
ଏଥିପାଇଁ ଜିଲ୍ଳାପାଳ ରାୟଗଡ ଶ୍ରୀ ପ୍ରମୋଦ କୁମାର ବେହେର।ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡ ରେଳ ଷ୍ଟେସନରେ ଜିଲ୍ଲା ଅଧିକାରୀ ମାନେ ଆଜି ଭୋରୁ ସମସ୍ତ ପ୍ରକାର ଵ୍ୟଵସ୍ଥା କରି ଉପସ୍ଥିତ ଥିଲେ ।
ରାୟଗଡ଼ା ରେଳ ଷ୍ଟେସନ ଦେଇ ଆଜି ସକାଳ ପର୍ଯ୍ୟନ୍ତ ୩୭୪୮ ଜଣ ପ୍ରବାସୀ ଓହ୍ଲାଇଛନ୍ତି । ଆହୁରି ଆଜି ସୁଦ୍ଧା ୩ଟି ଟ୍ରେନରେ ଆସିବେ । ସେଥିପାଇଁ ଜିଲ୍ଲା ଆଧିକାରୀ ମାନେ ସମସ୍ତ ପ୍ରକାର ସଜାଗ ଅଛନ୍ତି ।
ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡ ଜିଲ୍ଳାପାଳଙ୍କ ଶ୍ରୀ ବେହେରାଙ୍କ ନିର୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିଲ୍ଲୀପି କୁମାର ଦୋଳାଇ,ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ତପନ କୁମାର ରଥ , ରେଲ ପୋଲିସ ନିରୀକ୍ଷକ ଶ୍ରୀ ଡି.ଏନ.ତ୍ରିଲକ୍ଷ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୃସିଂହ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ପ୍ରବାସୀ ଶ୍ରମିକମନଙ୍କୁ ସ୍ବାଗତ କରିଥିଲେ। ପ୍ରବାସୀ ଶ୍ରମିକ ମାନଙ୍କୁ ରେଲ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସଂପୃକ୍ତ ଜିଲା ଅଧିକାରୀ ମ।ନଙ୍କୁ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.