ଖୋର୍ଦ୍ଧାରେ ଦିନ ୨ଟାରୁ ସକାଳ ୬ଟା ଯାଏଁ ସଟ୍‌ଡାଉନ୍‌ ୩୦ ଯାଏଁ ଲାଗୁ

0 72

ଖୋର୍ଦ୍ଧା, ଡୁମାଣୀଖବର ୧୬।୦୬ : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୯୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଖୋର୍ଦ୍ଦା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୬ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଏବଂ ୧୦୪ଜଣ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦେଖି ଜିଲ୍ଲାପାଳ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାରେ କିପରି ସଂକ୍ରମଣକୁ ରୋକାଯାଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧାରେ କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପ ନେଇଛି । ଜିଲ୍ଲାରେ ଏବେ ସକାଳ ୭ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଖୋଲାରହିବ ଦୋକାନ । ଦିନ ୨ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ପୂରା ସଟଡାଉନ ଘୋଷଣା କରାଯାଇଛି । ତେବେ ଏହି ସଟ୍‌ଡାଉନ୍‌ ସମୟରେ କେତେକ ଜରୁରୀ ସାମଗ୍ରୀ ଦୋକାନ ଖୋଲାରହିବ । ଯେପରି ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଖୋଲାରହିବ। ଏହାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଜୁନ୍‌ ୩୦ ଯାଏଁ ବଳବତ୍ତର ଜାରି ରହିବ ସମସ୍ତ କଟକଣା । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଏହି କଟକଣା ଲାଗୁ ହୋଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମ(ଈଗଉ) ପାଇଁ ଲାଗୁ ହେବନାହିଁ ନିୟମ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଯେଉଁ ସବୁ ଅଞ୍ଚଳ ଆସୁଛି । ସେହିସବୁ ପାଇଁ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ ପାଳନ କରାଯିବ । ଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.