କରୋନା ଯତ୍ନ ପାଇଁ ନୂଆ ଟେଲିମେଡିସିନ୍ ପ୍ଲାଟଫର୍ମ “ସ୍ୱସ୍ଥ” ଆରମ୍ଭ

0 79

ଭୁବନେଶ୍ୱର, , ଡୁମାଣୀଖବର: ଶତାଧିକ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଏକତ୍ରୀତ ହୋଇ ସ୍ୱସ୍ଥ ନାମକ ଏକ ଟେଲିମେଡିସିନ୍ ପ୍ଲାଟଫର୍ମ ଆରମ୍ଭ କରିଛ”ି । ଏହା ଜରିଆରେ ଲୋକମାନେ ଦେଶର ଶ୍ରେଷ୍ଠ ଡାକ୍ତର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଡିଜିଟାଲ୍ ମାଧ୍ୟମରେ ଯୋଡ଼ିହୋଇପାରିବେ । ଟେଲିମେଡିସିନ୍ ବ୍ୟବହାରକୁ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନକୁ ନଜରରେ ରଖି ଏହି ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ କରାଯାଇଛି । ମୋବାଇଲ୍ ଆପ୍ ଭିତିକ ଏହି ପ୍ଲାଟପର୍ମରେ ସାରା ଦେଶର ୧୩୦ କୋଟି ଲୋକଙ୍କୁ ସମାନ ଏବଂ ସୁଲଭ ମୂଲ୍ୟର ସ୍ୱାସ୍ଥ୍ୟ ସେବା ଦିଆଯାଇପାରିବ । କୋଭିଡ୍-୧୯ ଭଳି ସମୟରେ ଏହି ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ଅଭିଯାନକୁ ଆରମ୍ଭ କରାଯାଇଛି ।
ଏ ସମ୍ପର୍କରେ ସ୍ୱସ୍ଥ ପରିଚାଳନା ପରିଷଦର ଅଂଶ ଥିବା କ୍ରିସ୍ ଗୋପଳକ୍ରିଷ୍ଣନ କହିଛ”ି ଯେ, “ଏହି ସଙ୍କଟ ସମୟରେ ମାଗଣା ସ୍ୱାସ୍ଥୃସେବା ପ୍ରଦାନ କରି ସମସ୍ୟାକୁ ତ୍ୱରିତ ସମାଧାନ କରିବା ନିମେ” ଦେଶର ଶ୍ରେଷ୍ଠ ସମ୍ବଳକୁ ଏକଜୁଟ କରିଛି ସ୍ୱସ୍ଥ । ସାଧାରଣ ଲୋକଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ପହଂଚାଇବା ଲାଗି ମେଡିକାଲ ପରିଷଦ, ସାର୍ବଜନୀନ ସ୍ୱାସ୍ଥ୍ୟ ସଂଗଠନ ଏବଂ ଘରୋଇ କ୍ଷେତ୍ର ସହ ମିଶି ସ୍ୱସ୍ଥ କାଯ୍ୟ କରିବ । ଭାରତର ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥାକୁ ପୁନର୍ଗଠିତ କରିବା ଲାଗି ଏହି ସଙ୍କଟ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିଛି ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ।”
ସ୍ୱସ୍ଥ ଜରିଆରେ ଭିଡିଓ ଓ ଟେଲିଫୋନ୍ ଜରିଆରେ ରୋଗୀମାନେ ମେଡିକାଲ୍ ପ୍ରାକ୍ଟିସନରଙ୍କ ସହ ସମ୍ପର୍କ ସ୍ଥାପନ କରିପାରିବେ । ମାଗଣା ପରାମର୍ଶ ବ୍ୟତୀତ ସ୍ୱସ୍ଥ ସେମାନଙ୍କୁ ନିନାଦ, ଗୃହ ସଙ୍ଗରୋଧ ସୁବିଧା, ଫାର୍ମାସି, ହସ୍ପିଟାଲ୍ରେ ଫାଙ୍କା ଶଯ୍ୟା ଖୋଜିବା ଏବଂ ସୁଲଭ ମୂଲ୍ୟରେ ବୁକିଙ୍ଗ୍ ଆଦି କରିବାର ସମାଧାନ ପ୍ରଦାନ କରିବ । ସ୍ୱସ୍ଥରେ ସାମିଲ ହେବାକୁ ଥିବା ପ୍ରତିଟି ଡାକ୍ତରଙ୍କ ଯାଂଚ କରାଯିବ ଏବଂ ଟେଲିଫୋନ୍ରେ ପରାମର୍ଶ କିଭଳି ଦିଆଯାଏ ସେନେଇ ପ୍ରଶିକ୍ଷଣ ଦିଆଯିବ । ହିନ୍ଦୀ, ଇଂରାଜି ଓ ଗୁଜରାଟି ଭାଷାରେ ଏହି ଆପ୍ ଉପଲବ୍ଧ ହୋଇଥିବା ବେଳେ ଖୁବ୍ଶୀଘ୍ର ୨୫ଟି ଭାରତୀୟ ଭାଷାରେ ଏହା ଉପଲବ୍ଧ ହେବ ।
ଏ ସମ୍ପର୍କରେ ସ୍ୱସ୍ଥ ପରିଚାଳନା ପରିଷଦର ସଦସ୍ୟ ଡକ୍ଟର ନଚିକେତ ମୋର କହିଛ”ି ଯେ, “ଡାକ୍ତର, ଛୋଟ ଓ ବଡ଼ ହସ୍ପିଟାଲ୍, ନିଦାନ ଲ୍ୟାବ୍, ଫାର୍ମାସି, ଟେଲିମେଡିସିନ ପ୍ଲାଟଫର୍ମ, ବୀମା କଂପାନି, ସ୍ୱାସ୍ଥ୍ୟ ପ୍ରଯୁକ୍ତି କଂପାନି ଭଳି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ସଦସ୍ୟଙ୍କୁ ନେଇ ଗଠନ କରାଯାଇଥିବା ଏକ ଅଣ ଲାଭଦାୟକ ପ୍ଲାଟଫର୍ମ ହେଉଛି ସ୍ୱସ୍ଥ । ଭାରତର କୋଣ ଅନୁକୋଣରେ ସୁଲଭ ମୂଲ୍ୟର ସ୍ୱାସ୍ଥ୍ୟ ସେବା ପଂଚାଇବା ଏବଂ ଏହି ସଙ୍କଟ ସମୟରେ ଏହା ସେବ ା ଆବଶ୍ୟକ କରୁଥିବା ରୋଗୀଙ୍କୁ ତୁର” ଚିକିତ୍ସା ସମାଧାନ ପ୍ରଦାନ କରିବ । ଏହା ଜରିଆରେ ରୋଗୀମାନେ ନିଜ ଆବଶ୍ୟକତା ଅନୁସାରେ ସେବାକୁ ହାସଲ କରିପାରିବେ ଏବଂ ଡାକ୍ତରମାନେ ମଧ୍ୟ ଶ୍ରେଷ୍ଠ ପ୍ରଯୁକ୍ତି ଓ ପ୍ଲାଟଫର୍ମ ବ୍ୟବହାର କରିବାର ସୁଯୋଗ ପାଇବେ ।
ସ୍ୱସ୍ଥ ପରିଚାଳନା ପରିଷଦର ଅନ୍ୟତମ ସଦସ୍ୟ ଡକ୍ଟର ଏନ୍କେ ଜୟରାମ କହିଛ”ି ଯେ, “ଆମେ କରୋନା ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାଠାରୁ ଦୂରେଇ ରହିବାର ଏକ ବିକଳ୍ପ ହେଉଛି ସାମାଜିକ ଦୂରତ୍ୱ ବଜାୟ ରଖିବା । ସେଭଳି ସମୟରେ ଟେଲିମେଡିସିନ୍ ସେବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଅବିଚ୍ଛେଦ୍ୟ ଅଙ୍ଗ ହେବାକୁ ଯାଉଛି । ୨୦୦୦ ପରଠାରୁ ଡାକ୍ତରମାନେ ଟେଲି ମେଡିସିନ୍ ସେବା ଦେଉଥିଲେ ମଧ୍ୟ ଏବେ ତାହା ଅଧିକ ବ୍ୟାପକ ହୋଇପାରିବ । ସ୍ୱସ୍ଥ ଟେଲିମେସିଡିନ୍ର ଗ୍ରହଣୀୟତା ବଢ଼ାଇବ ।”

Leave A Reply

Your email address will not be published.