ବୟକଟ ·ଇନା : ଦିଲ୍ଲୀରେ କୌଣସି ହୋଟେଲରେ ରହିପାରିବେନି ଚୀନ ନାଗରିକ

0 73

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି । ଗାଲଭାନ୍ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତର ଲୋକମାନଙ୍କ ମଧ୍ୟରେ ଚୀନ୍ ପ୍ରତି ଜୋରଦାର ଆକ୍ରୋଶ ଭାବ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଚୀନ୍ ନାଗରିକମାନଙ୍କୁ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନିଆଯାଇଛି । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ) ର ·ଇନାର ସାମଗ୍ରୀ ବର୍ଜନ ଡାକରାକୁ ନେଇ ଦିଲ୍ଲୀ ହୋଟେଲ ଏବଂ ଗେଷ୍ଟ ହାଉସ୍ ମାଲିକ ସଂଘ (ଧୁରଭା) ଏକ ପ୍ରମୁଖ ନିଷ୍ପତ୍ତି ନେଇଛି । ଚୀନ୍ର ଭାରତ ବିରୋଧୀ ମନୋଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ ବର୍ତ୍ତମାନଠାରୁ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ କୌଣସି ଚୀନ୍ ନାଗରିକଙ୍କୁ ରହିବା ପାଇଁ ଅନୁମତି ଦିଆଯିବ ନାହିଁ । ଦିଲ୍ଲୀରେ ପ୍ରାୟ ୩୦୦୦ ବଜେଟ୍ ହୋଟେଲ ଏବଂ ଗେଷ୍ଟ ହାଉସ୍ ଅଛି ଯାହା ମଧ୍ୟରେ ପ୍ରାୟ ୭୫ ହଜାର କୋଠରୀ ଅଛି । ଏହି ସୂଚନା ପ୍ରଦାନ କରି ଦିଲ୍ଲୀ ହୋଟେଲ ଏବଂ ଗେଷ୍ଟ ହାଉସ ମାଲିକ ସଂଘର ସାଧାରଣ ସମ୍ପାଦକ ମହେନ୍ଦ୍ର ଗୁପ୍ତା କହିଛନ୍ତି ଯେ ଚୀନ୍ ଭାରତ ସହ ଯେଉଁଭଳି ବ୍ୟବହାର କରୁଛି ଏବଂ ହିଂସାତ୍ମକ ସଂଘର୍ଷରେ ଭାରତୀୟ ସୈନିକମାନେ ସହିଦ ହୋଇଛନ୍ତି, ଏହି କାରଣରୁ ଦିଲ୍ଲୀର ସମସ୍ତ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଏହି ସମୟରେ ଯେତେବେଳେ କେଟ ସମଗ୍ର ଦେଶରେ ·ଇନାର ସାମଗ୍ରୀ ବର୍ଜନ ପାଇଁ ଅଭିଯାନ ଚଳାଇଛି, ସେତେବେଳେ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସ୍ ବ୍ୟବସାୟୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ଏବଂ ଏହାକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଛୁ ଯେ ବର୍ତ୍ତମାନଠାରୁ ଦିଲ୍ଲୀ କୌଣସି ବଜେଟ୍ ହୋଟେଲ କିମ୍ବା ଗେଷ୍ଟ ହାଉସରେ କୌଣସି ·ଇନାର ନାଗରିକ ରହିପାରିବେ ନାହିଁ ।

Leave A Reply

Your email address will not be published.