ରାଜ୍ୟରେ କରୋନା ନେଲା ୪ ମୁଣ୍ଡ

0 52

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଓ ଭଦ୍ରକ ଜିଲ୍ଲାର ଜଣେ ଥିବା ଜଣାଯାଇଛି । ଫଳରେ ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ । ସେହିପରି ଭଦ୍ରକରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟା ମହିଳା ଥିବା ବେଳେ ୫୮ ଓ ୬୩ ବର୍ଷୀୟ ୨ ପୁରୁଷ ଅଛନ୍ତି । ସେମାନଙ୍କ ମଧ୍ୟରୁ ମହିଳାଜଣକ ପୂର୍ବରୁ ମଧୁମେହ ଓ ରକ୍ତ·ପ ରୋଗରେ ପୀଡ଼ିତ ଥିବା ବେଳେ ୬୩ ବର୍ଷୀୟ ବ୍ୟକ୍ତିଜଣକ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ । ସେମାନଙ୍କ ବ୍ୟତୀତ ୫୮ ବର୍ଷୀୟ ବ୍ୟକ୍ତିଜଣକ ମଧ୍ୟ ପୂର୍ବରୁ ଟ୍ୟୁବୁକୁଲାର ମେନିନଜାଇଟ୍ସ ରୋଗରେ ପୀଡ଼ିତ ଥିଲେ । ଭଦ୍ରକରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେ ପୂର୍ବରୁ ଡାଇବେଟିସ ଓ କିଡନୀଜନିତ ସମସ୍ୟା ଭୋଗୁଥିଲେ । ଏହାବ୍ୟତୀତ କେନ୍ଦୁଝର ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ଜଣେ ୪୨ ବର୍ଷୀୟ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ଦର୍ଶାଯାଇଛି । ଭଦ୍ରକ ଜିଲ୍ଲାର ଜଣେ ୮୮ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେ ପୂର୍ବରୁ କିଡନୀଜନିତ ରୋଗରେ ପୀଡ଼ିତ ଥିଲେୟ ରାଜ୍ୟରେ କରୋନାରେ ଆକ୍ରାନ୍ତ ଥାଇ ଭିନ୍ନ କାରଣରୁ ମୃତକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ।

Leave A Reply

Your email address will not be published.