ଏଯାଏଁ ଗଲାଣି ୨୨ ହଜାରରୁ ଉର୍ଦ୍ଧ୍ୱ ଜୀବନ, ୨୪ ଘଣ୍ଟାରେ ୫୧୮ ମୃତ

0 71

ନୂଆଦିଲ୍ଲୀ, : ଭାରତରେ ଉଗ୍ର ରୂପ ନେଉଛି କରୋନା । ହୁ ହୁ ହୋଇ ବଢ଼ି ·ଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୨୭ ହଜାର ରୁ ଅଧିକ ଆକ୍ରାନ୍ତ ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୨୨ ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିଶ୍ୱର ୨୧୩ ଦେଶକୁ ବ୍ୟାପିଛି ମହାମାରୀ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୨୦ ହଜାର ୯୧୬ ରେ ପହଞ୍ଚିଛି । ଭାରତରେ ୨୨ ହଜାର ୧୨୩କୁ ବୃଦ୍ଧି ହୋଇଛି ମୃତ୍ୟୁସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୧୫ ହଜାର ୩୮୬ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୮୩ ହଜାର ୪୦୭ ସକ୍ରିୟ ଅଛନ୍ତି । ଏବେ ୨ ଲକ୍ଷ ୮୩ ହଜାର ୪୦୭ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୨୭ ହଜାର ୧୧୪ ନୂଆ ମାମଲା ସାମନାକୁ ଆସିଛି । ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି । ଏହା ସହ ୫୧୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହେଉଛି । ରାଜ୍ୟରେ ୨ ଲକ୍ଷ ୪୦ ହଜାର ନିକଟତର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା ୟ ୯ ହଜାର ୮୦୦ ଟପିଲାଣି ମୃତ୍ୟୁ ସଂଖ୍ୟା ।

Leave A Reply

Your email address will not be published.