ବିଶ୍ୱର ପ୍ରଥମ କରୋନା ଟିକା ସଫଳ

0 67

ନୂଆଦିଲ୍ଲୀ, ୧୩ା୭: ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି । ସେଚେନୋଭ ଫାଷ୍ଟ ମସ୍କୋ ଷ୍ଟେଟ ମେଡିକାଲ ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀମାନଙ୍କ ଉପରେ ଏହାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ଶେଷ ହୋଇଥିବା ଟ୍ରାଞ୍ଜିସିନାଲ ମେଡିସିନ୍ ଏବଂ ବାୟୋଟେକ୍ନୋଲୋଜି ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାଦିମ ତାରାସୋଭ କହିଛନ୍ତି । ସେହି ସ୍ୱେଚ୍ଛାସେବୀମାନଙ୍କର ପ୍ରଥମ ଦଳକୁ ଜୁଲାଇ ୧୫ ଏବଂ ଦ୍ୱିତୀୟ ଦଳକୁ ଜୁଲାଇ ୨୦ରେ ଡିସ·ର୍ଜ କରାଯିବ । ରୁଷିଆର ଗମାଲେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ୱାରା ପ୍ରସ୍ତୁତ ଏହି କରୋନା ଟୀକାର ଜୁନ୍ ୧୮ରେ କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଥିଲା । ସେଚେନୋଭ ୟୁନିଭରସିଟିର ମେଡିକାଲ ପାରାସିଟୋଲୋଜି, ଟ୍ରପିକାଲ୍ ଏବଂ ଭେକ୍ଟର-ବର୍ଣ୍ଣ ରୋଗ ବିଭାଗ ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଲୁକାଶେଭ କହିଛନ୍ତି, ମଣିଷ କ୍ଷେତ୍ରରେ ଏହି ଟୀକା କେତେ ନିରାପଦ ତାହା ଜାଣିବା କ୍ଲିନିକାଲ ପରୀକ୍ଷାର ଉଦ୍ଦେଶ୍ୟ ଥିଲା । ସେ କହିଛନ୍ତି ଯେ ଟୀକାକରଣର ନିରାପତ୍ତା ନିଶ୍ଚିତ ହୋଇଛି । ଏହା ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଥିବା ଅନ୍ୟ ଟୀକା ଭଳି ସୁରକ୍ଷିତ । ଏହି ଟିକାର ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ଏବଂ ମହାମାରୀ ପରିସ୍ଥିତିର ଜଟିଳତା ଅନୁଯାୟୀ ଉତ୍ପାଦନ ବୃଦ୍ଧି ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.