ନିଃଶ୍ୱାସ ଛାଡ଼ିବାର ୧ ଘଣ୍ଟା ପରେ କରୋନା ଭାଇରସ୍ ବାୟୁରେ ମହଜୁଦ୍ ରହିଥାଏ : ୱେଣ୍ଡି ବାର୍କଲେ

0 69

ଲଣ୍ଡନ : ବ୍ରିଟେନର ଇମ୍ପେରିୟଲ କଲେଜ ଲଣ୍ଡନର ପ୍ରଫେସର ୱେଣ୍ଡି ବାର୍କଲେଙ୍କ କହିବାନୁସାରେ ନିଃଶ୍ୱାସ ଛାଡ଼ିବାର ୧ ଘଣ୍ଟା ପରେ କରୋନା ଭାଇରସ୍ ବାୟୁରେ ମହଜୁଦ୍ ରହିଥାଏ । କେବଳ ଯେ ବସ୍ତୁରେ କରୋନା ଭାଇରସ୍ ଲାଗି ରହିଥାଏ ତାହା ନୁହେଁ ବାୟୁମଣ୍ଡଳରେ ବି ଏହି ଭାଇରସ୍ ରହିଥାଏ ବୋଲି ବାର୍କଲେ କହିଛନ୍ତି । ଏହି ଭାଇରସ୍ ଛୋଟ ଡ୍ରପଲେଟ୍ରେ ସଂକ୍ରମଣ କରିପାରିବ ବୋଲି ସେ କହିଛନ୍ତି । ବାୟୁରେ ଅତିକମ୍ରେ ଏହା ୧ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବି କହିଥିଲା କି ବାୟୁରୋ କରୋନା ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କେବଳ ଯେ ଛିଙ୍କ କିମ୍ବା କଫରୁ ଏହି ଭାଇରସ୍ ସଂକ୍ରମିତ ହୋଇଥାଏ ତାହା ନୁହେଁ ବରଂ ସଂକ୍ରମିତ ବ୍ୟକ୍ତିର ସାମାନ୍ୟ ସଂସ୍ପର୍ଶରେ ଆସିଲେ ବି ଏହି ଭାଇରସ୍ ବ୍ୟାପିଥାଏ ବୋଲି ହୁ’ କହିଥିଲା ।

Leave A Reply

Your email address will not be published.