ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଜୀବନ ବଞ୍ଚାଇଲେ କରୋନା ଯୋଦ୍ଧା

0 75

ରାଇକିଆ : ଦୁର୍ଘଟଣାରେ ଗୁରୁତର ହୋଇ ପଡିଥିବା ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି କରୋନା ଯୋଦ୍ଧା । ରଣବା ପଞ୍ଚାୟତର ସିଙ୍ଗାରିମାହା ଗ୍ରାମର ଲଣ୍ଡା ନାୟକ ଓ ଅନ୍ୟଜଣେ ନିଜ ଗ୍ରାମରୁ ରାଇକିଆ ଅଭିମୁଖେ ଏକ ବାଇକରେ ଯାଉଥିବାବେଳେ ଉକ୍ତ ଘାଟିରେ ଦୁର୍ଘଟଣା ଘଟିଥିଲା । ଏଥିରେ ବାଇକ ·ଳକ ଲଣ୍ଡା ଗୁରୁତର ହୋଇ ପଡ଼ିଥିବାବେଳେ ଅନ୍ୟଜଣେ ଆହତ ହୋଇଥିଲେ । ସେଠାରେ ସେମାନେ ଦୀର୍ଘ ସମୟ ପଡ଼ିରହିଥିଲେ ମଧ୍ୟ କୌଣସି ସହଯୋଗ ପାଇନଥିଲେ । ତେବେ ଏହି ସମୟରେ ଇନ୍ଦ୍ରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ଅରୋଗ୍ୟ ଟିମ ଡା.ପବିତ୍ର ମୋହନ ବିଶ୍ୱାଳଙ୍କ ନେତୃତ୍ରେ ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଇନ୍ଦ୍ରଗଡ ଫେରିବା ବେଳେ ଶ୍ରୀ ବିଶ୍ୱ୍ାଳଙ୍କ ସମେତ ଫାର୍ମାସିଷ୍ଟ ରୁପେଶ କୁମାର ସାହୁ, ଏଏନଏମ ନିମିନା ପ୍ରଧାନ ପ୍ରମୁଖ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡିରେ ଆଣି ଇନ୍ଦ୍ରଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଞ୍ଜନଗର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.