ପୁଣି ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଟପିଲା

0 75

ଭୁବନେଶ୍ୱର: ଅ ।ଜି ରାଜ୍ୟରେ ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪୧୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଅ ।ଜି ୨୭ଟି ଜିଲ୍ଲାରୁ ଏହିସବୁ ଅ ।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୪୦ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୩୭, ରାୟଗଡ଼ା ଜିଲ୍ଲାରୁ ୮୪, ଗଜପତି ଜିଲ୍ଲାରୁ ୭୪ , ନୟାଗଡ଼ ଜିଲ୍ଲାରୁ ୬୧, ସୁନ୍ଦରଗଡ଼ ଜିଲ୍ଲାରୁ ୬୦, କଟକ ଜିଲ୍ଲାରୁ ୪୭, ଭଦ୍ରକ ଜିଲ୍ଲାରୁ ୩୦, କନ୍ଧମାଳ ଜିଲ୍ଲାରୁ ୨୯, କୋରାପୁଟ ଜିଲ୍ଲାରୁ ୨୭, କେନ୍ଦୁଝର ଜିଲ୍ଲାରୁ ୨୫, ବରଗଡ଼ ଜିଲ୍ଲାରୁ ୨୪, ପୁରୀ ଜିଲ୍ଲାରୁ ୨୨, ସମ୍ୱଲପୁର ଜିଲ୍ଲାରୁ ୨୦, ଯାଜପୁର ଜିଲ୍ଲାରୁ ୧୭, ମୟୂରଭଞ୍ଜ ଜିଲ୍ଲାରୁ ୧୫, ବାଲେଶ୍ୱର ଜିଲ୍ଲାରୁ ୯ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରୁ ୭ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଢେଙ୍କାନାଳ ଜିଲ୍ଲାରୁ ୬, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୨, ବଲାଙ୍ଗିର ଓ ନୂଅ ।ପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି । ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୩,୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୦୫ ରହିଛି ।

Leave A Reply

Your email address will not be published.