ନୂଅ ।ଦିଲ୍ଲୀ: ପୂର୍ବ ଅ ।ଫଗାନିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ସାଧାରଣ ନାଗରିକ ଏବଂ ତାଲିବାନ ସଦସ୍ୟଙ୍କ ସମେତ ୪୫ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଅଧିକାରୀ ବୁଧବାର କହିଛନ୍ତି । ପୂର୍ବ ଅ ।ଫଗାନିସ୍ତାନର ହେରାଟ ପ୍ରଦେଶର ଅ ।ଡ୍ରାସକାନ ଜିଲ୍ଲାର ରାଜ୍ୟପାଳ ଅଲି ଅହମ୍ମଦ ଫକିର ୟାର କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଅତି କମରେ ଅ ।ଠ ଜଣ ସାଧାରଣ ନାଗରିକ ଅଛନ୍ତି । ସେ କହିଛନ୍ତି, “ଖାମ ଜିଅ ।ରାଟ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ୪୫ଜଣ ପ୍ରାଣ ହରାଇଛନ୍ତି । ମୃତ ୪୫ଜଣଙ୍କ ମଧ୍ୟରେ ତାଲିବାନ ମଧ୍ୟ ରହିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅତି କମରେ ଅ ।ଠ ଜଣ ସାଧାରଣ ନାଗରିକ ଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଅବଶିଷ୍ଟ ୩୭ଜଣଙ୍କ ମଧ୍ୟରୁ କେତେଜଣ ସାଧାରଣ ନାଗରିକ ଏବଂ କେତେଜଣ ତାଲିବାନ ସଦସ୍ୟ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଅ ।ଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଅଞ୍ଚଳରେ ଅ ।ଫଗାନିସ୍ତାନ ସୈନ୍ୟଙ୍କ ଅ ।କ୍ରମଣରେ ସାଧାରଣ ନାଗରିକ ଅ ।ହତ ହୋଇଥିବା ଅଭିଯୋଗର ଯାଞ୍ଚ କରାଯାଉଛି । ଅନୁସନ୍ଧାନର ଫଳାଫଳ ଜନସାଧାରଣ ଏବଂ ଗଣମାଧ୍ୟମ ସହିତ ସେୟାର କରାଯିବ । ଲୋକମାନଙ୍କର ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା କରିବା ରାଷ୍ଟ୍ରୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀର ଦାୟିତ୍ୱ । ପଡୋଶୀ ଗୁଜରା ଜିଲ୍ଲାର ସ୍ଥାନୀୟ ଅଧିକାରୀ ହବିବ ଅ ।ମିନି ଏହି ଘଟଣାକୁ ନିଶ୍ଚିତ କରି ୪୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅଧିକ ଅ ।ହତ ହୋଇଥିବା କହିଛନ୍ତି ।