ହୋଣ୍ଡା ପକ୍ଷରୁ ୧ ନିୟୁତ ବିଏସ୍-୬ ଯାନ ବିକ୍ରି

0 71

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦେଶର ପ୍ରଥମ ଦୁଇ ଚକିଆ କଂପାନି ଭାବେ ଏକ ନିୟୁତରୁ ଅଧିକ ବିଏସ୍-୬ ଯାନ ବିକ୍ରି କରିବାର ସ୍ତର ହାସଲ କରିଛି । କଂପାନିର କ୍ରମବର୍ଦ୍ଧି୩⁄୪ୁ ଯାନ ବିକ୍ରି ପରିମାଣ ଭାରତରେ ୧୧ ଲକ୍ଷରୁ ଅଧିକ ହୋଇଛି । ୨୦୧୯ରେ କଂପାନି ଏହାର ପ୍ରଥମ ବିଏସ୍-୬ ମଡେଲ୍ ଆକ୍ଟିଭା ୧୨୫କୁ ଉନ୍ମୋଚନ କରିଥିଲା । ଏହାର ପରବର୍ତୀ ଛଅ ମାସ ଭିତରେ ଏହା ଏକ ନିୟୁତରୁ ଅଧିକ ବିଏସ୍-୬ ଗାଡ଼ି ବିକ୍ରି କରିଛି । ୨୦୧୯-୨୦ରେ ମଧ୍ୟ କଂପାନି ଦେଶର ସର୍ବାଧିକ ୬.୫ ଲକ୍ଷ ବିଏସ୍-୬ ଗାଡ଼ି ବିକ୍ରି କରିଥିଲା । ହୋଣ୍ଡାର ପେଟେଂଟ୍ ଓ ଅନ୍ୟାନ୍ୟ ପ୍ରଯୁକ୍ତି ସହିତ ଆସୁଥିବା ହୋଣ୍ଡାର ବିଏସ୍-୬ ଗାଡ଼ିକୁ ଏବେ ଭାରତରେ ୧୧ ଲକ୍ଷରୁ ଅଧିକ ଗ୍ରାହକ ଚଢ଼ୁଥିବା ବେଳେ ସେମାନଙ୍କ ସଂଖ୍ୟାରେ ବୃଦ୍ଧି ଜାରି ରହିଛି । ଏହି ସଫଳତା ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “ହୋଣ୍ଡାରେ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ଆମର ୧୧ ଆଧୁନିକ ବିଏସ୍ ମଡେଲ୍ ସାରା ଭାରତରେ ଗ୍ରାହକମାନଙ୍କ ବିଶ୍ୱାସ ଜିତିପାରିଛି ଏବଂ ସେମାନଙ୍କୁ ଗାଡ଼ିଚାଳନାର ନୂତନ ଖୁସି ପ୍ରଦାନ କରୁଛି । ବାସ୍ତବରେ ହୋଣ୍ଡା ପାଇଁ ବିଏସ୍-୬ ଯୁଗରେ ଏହା ହେଉଛି ଏକ ଶାନ୍ତ ବିପ୍ଳବ ଯେଉଁଠାରେ ଆମର ପୋର୍ଟଫୋଲିଓ ଶିଳ୍ପରେ ଉଭା ହୋଇଛି ଏବଂ ବିବିଧ ବର୍ଗ ଯଥା ୧୧୦ ସିସି ସ୍କୁଟର ଠାରୁ ୧୧୦୦ ସିସି ପ୍ରିମିୟମ୍ ବାଇକ୍ପ ର୍ଯ୍ୟନ୍ତ ଉତ୍ପାଦ ରହିଛି । ଆଜି ନୂତନ ସାଧାରଣ ସମୟରେ ଲୋକମାନେ ସୁରକ୍ଷା ଓ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ନିଜର ବ୍ୟକ୍ତିଗତ ଗାଡ଼ିରେ ଅଧିକ ଭ୍ରମଣ କରିବାକୁ ପସନ୍ଦ କରୁଛନ୍ତି । ଏହି ସମୟରେ ହୋଣ୍ଡା ପକ୍ଷରୁ ଅନଲାଇନ୍ ବୁକିଙ୍ଗ, ଆକର୍ଷଣୀୟ ଖୁଚୁରା ଫାଇନାନ୍ସ ସ୍କିମ୍, ଶିଳ୍ପର ପ୍ରଥମ ଛଅ ବର୍ଷର ୱାରେଂଟି ଭଳି ଅନେକ ପ୍ରକାର ଅଭିଯାନ ଜରିଆରେ ଗ୍ରାହକମାନଙ୍କୁ ପାଇଁ ନୂତନ ମୂଲ୍ୟ ସୃଷ୍ଟି କରାଯାଉଛି । ଆମର ବିଶ୍ୱାସ ରହିଛି ଯେ ଆଗାମୀ ଦିନରେ ଆମେ ନିୟୁତାଧିକ ଭାରତୀୟଙ୍କ ଗମନାଗମନର ସ୍ୱପ୍ନ ହୋଣ୍ଡାର ଡେଣା ଜରିଆରେ ସାକାରା କରିବା ଜାରି ରଖିବୁ ।” ହୋଣ୍ଡା ପୋର୍ଟଫୋଲିଓରେ ଥିବା ବିଏସ୍-୬ ଗାଡ଼ିଗୁଡ଼ିକ ହେଉଛି ଆକ୍ଟିଭା ୬ଜି, ଡିଓ ବିଏସ୍-୬, ସମ୍ପୂର୍ଣ୍ଣ ନୂଆ ଆକ୍ଟିଭା ୧୨୫ ବିଏସ୍-୬, ଗ୍ରାଜିଆ ୧୨୫ ବିଏସ୍-୬, ସିଡି ୧୧୦ ଡ୍ରିମ୍ ବିଏସ୍-୬, ଲିଭୋ ବିଏସ୍-୬, ଆମେଜିଂ ୧୨୫ ସାଇନ୍, ଏସ୍ପି- ୧୨୫ ବିଏସ୍-୬, ୟୁନିକର୍ଣ୍ଣ ବିଏସ୍-୬, ଏକ୍ସବ୍ଲେଡ୍ ବିଏସ୍-୬ ଓ ୨୦୨୦ ଆଫ୍ରିକା ଟ୍ୱିନ୍ ଆଡ୍ଭେଂଚର ସ୍ପୋର୍ଟସ୍ ।

Leave A Reply

Your email address will not be published.