ବେଆଇନ୍ ବ୍ଲାଷ୍ଟିଂକୁ ଗ୍ରାମବାସୀଙ୍କ ବିରୋଧ

0 85

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅଧିନସ୍ଥ ଦେଉଳି ନିମ୍ବପାହାଡ଼ ବ୍ଲାଷ୍ଟିଂକୁ ଜାମୁସାହି ଗ୍ରାମବାସୀମାନେ ତିବ୍ର ବିରୋଧ କରିଛନ୍ତି । ୱାଗନବ୍ଲାଷ୍ଟିଂ ଫଳରେ ଘର ଗୁଡ଼ିକରେ ଫାଟ ସୃଷ୍ଟି ହେବା ସହ ଭୂମିକମ୍ପର ଭ୍ରମ ସୃଷ୍ଟି ହେଉଛି । ଫଳରେ ଗ୍ରାମବାସୀମାନେ ନାଲି ପତାକା ପୋତି ଖଣି ଖନନ କାର୍ଯ୍ୟକୁ ବନ୍ଦ କରିଛନ୍ତି । ଗ୍ରାମବାସୀମାନଙ୍କର ଦାବୀ ପୂରଣ ନ ହେବାରୁ ଖଣି ଖନନ କାର୍ଯ୍ୟକୁ ବିରୋଧ କରୁଥିବା ନେଇ ବେଗୁନିଆ ତହସିଲଦାର ଓ ସମ୍ପୃକ୍ତ ଠିକା ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି । ଗ୍ରାମବାସୀ ଓ ଖଣି ନିଲାମ ନେଇଥିବା ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବା ବୋଲି ତହସିଲଦାର ପ୍ରକାଶ କରିଛନ୍ତି । କରୋନା ସଂକ୍ରମଣ ଖୋରଧା ଜିଲ୍ଲାରେ ଉଦ୍ବେଦକ ସ୍ଥିତିରେ ପହଁଞ୍ôଚଥିବା ବେଳେ ତା ଠାରୁ ଅଧିକ ଚିନ୍ତା ବଢାଇଛି ଜାତୀୟ ରାଜପଥ ନିର୍ମାଣକାରୀ ଠିକାସଂସ୍ଥାର ଅନବରତ ପାହାଡ଼ରେ ବ୍ଲାଷ୍ଟିଂ । ଖୋରଧା ଜିଲ୍ଲା ଅଧିନସ୍ଥ ବେଗୁନିଆ ତହସିଲ ପରିଛଳ ମୋ÷ଜାର ଜାମୁ ସାହିରେ ଥିବା ନିମ୍ବ ପାହାଡ଼ରୁ ବ୍ଲାଷ୍ଟିଂ କରିବାକୁ ଅନୁମତି ପାଇଛି ଏକ ଘରୋଇ ଠିକା ସଂସ୍ଥା । କିନ୍ତୁ ସେଠାରେ ବ୍ଲାଷ୍ଟିଂ କରୁଥିବା ପଦ୍ଧତିକୁ ବିରୋଧ କରୁଛନ୍ତି ଜାମୁସାହି ଗ୍ରାମବାସୀ । ବ୍ଲାଷ୍ଟିଂ ଫଳରେ ଗ୍ରାମରେ ଅନେକ ଘରର କାନ୍ଥ ଫାଟି ଯିବା ସହିତ ଜୀବନ ଦୁର୍ବିଶହ ହୋଇପଡ଼ୁଥିବାର କହିଛନ୍ତି ଗ୍ରାମବାସୀ । ତେଣୁ ମହିଳାମାନେ ନାଲି ପତାକା ପୋତି ଖଣି ବ୍ଲାଷ୍ଟିଂକୁ ବନ୍ଦ କରିଛନ୍ତି । ସେହିପରି ଏହି ଘଟଣାକୁ ନେଇ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳିନଥିବାର ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ଗ୍ରାମବାସୀମାନେ ଖଣି ଖନନକୁ ବିରୋଧ କରିବା ସହିତ ଉକ୍ତ ଠିକା ସଂସ୍ଥାର କର୍ମ·ରୀମାନଙ୍କୁ ଖଣିରେ ପ୍ରବେଶ କରିବାକୁ ବିରୋଧ କରିଛନ୍ତି । ଜାତୀୟ ରାଜପଥ ନିର୍ମାଣ କରିବାକୁ ପ୍ରଥମେ ୩ ମାସ ପାଇଁ ନିମ୍ବ ପାହାଡ଼ ଖନନ କରିବାକୁ ଅନୁମତି ପାଇଛନ୍ତି ଉକ୍ତ ଠିକାସଂସ୍ଥା । ଅନୁମତି ଅନୁସାରେ ୩ମିଟର ତଳୁ ବ୍ଲାଷ୍ଟିଂ କରିବାକୁ ଅନୁମତି ଥିବା ବେଳେ ୧୨ ରୁ ୧୫ ମିଟର ତଳୁ ବ୍ଲାଷ୍ଟିଂ ହେଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଏହାକୁ ଖନନ କରିଛନ୍ତି ସମ୍ପୃକ୍ତ ଠିକା ସଂସ୍ଥା । ବେଗୁନିଆ ତହସିଲଦାର ଓ ଠିକା ସଂସ୍ଥାର କର୍ମଚାରୀ କହିଛନ୍ତି ଗ୍ରାମବାସୀମାନଙ୍କ ଦାବୀ ପୂରଣ ନ ହେବାରୁ ଏ ସବୁ ବିବାଦ ଦେଖାଦେଇଛି । ଗ୍ରାମବାସୀ ଏବଂ ସମ୍ପୃକ୍ତ ଠିକା ସଂସ୍ଥା ସହିତ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ବେଗୁନିଆ ତହସିଲଦାର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.