ଗଜପତିରେ ପ୍ରତି ସପ୍ତାହରେ ୪ଦିନ ସଟ୍ଡାଉନ୍

0 74

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ବିଶେଷ ଭାବେ ବୃଦ୍ଧି ପାଇଛି । ଏହାକୁ ପ୍ରତିହତ କରିବା ପାଇଁ ଗଜପତିରେ ଏଣିକି ପ୍ରତି ସପ୍ତାହରେ ୪ଦିନ ସଟ୍ଡାଉନ୍ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏ ନେଇ ଏକ ପ୍ରେସ୍ ଇସ୍ତହାର ମାଧ୍ୟମରେ ସୁଚନା ଦେଇଛନ୍ତି ଯେ,ଆସନ୍ତା ୩୦ ତାରିଖ ଗୁରୁବାର ଠାରୁ ଅଗଷ୍ଟ ୨ତାରିଖ ୪ଦିନ ପର୍ଯ୍ୟନ୍ତ ସଟ୍ଡାଉନ୍ ଜାରି ରହିବ । ପ୍ରତି ସପ୍ତାହରେ ଗୁରୁବାର ଠାରୁ ଆରମ୍ଭ କରି ରବିବାର ପର୍ଯ୍ୟନ୍ତ ସଟ୍ଡାଉନ୍ ରହିବ । ଏହି ସମୟରେ ପାରଳାଖେମୁଣ୍ଡି ସହର, କାଶୀନଗର ଏନଏସି, ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ, ଗୋଷାଣୀ ବ୍ଲକର କେରାଣ୍ଡି ଓ କତଲକଇଠା, ରାଣୀପେଣ୍ଠ ଓ ଝାମି ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ କେବଳ ଜରୁରୀ ସ୍ୱାସ୍ଥ୍ୟ ସେବା, େଓøଷଧ ଦୋକାନ ଓ ଦୁଗ୍ଧ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଚଳାଚଳ କରିବ । ମାସ୍କ ଲଗାଇଥିବା ବ୍ୟକ୍ତିଙ୍କୁ ହିଁ ଦୋକାନୀ ଜିନିଷ ଦେବେ ଓ ସାମାଜିକ ଦୁରତା ରକ୍ଷା କରିବେ । କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ । ଏହି ସମୟରେ ସମସ୍ତେ ଘରେ ରହି ସୁରକ୍ଷିତ ରହିବା ପାଇଁ ପ୍ରେସ୍ ବିବୃତିରେ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.